ବୁଗୁଡା , ୭/୫/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ଡାକରବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ସାଇରାମ ସ୍ୱାଇଁ(୯) ମଇ ୭ ତାରିଖ ଦିନ ସକାଳେ ପୋଖରି ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାୟ ୬ ବର୍ଷ ପୂର୍ବେ ତାଳସାକର ଗ୍ରାମର ସାଇରାମ ସ୍ବାଇଁଙ୍କ ବାପା ଓ ମା କୌଣସି କାରଣରୁ ମୃତ୍ୟୁ ବରଣ କରିଥିବା ବେଳେ, ସାଇରାମ ତାଙ୍କ ଅଜାଘର ଡାକରବାଡିରେ ରହି ପାଠ ପଢୁଥିଲେ। ଗତକାଲି ଅଜାଙ୍କ ସହିତ ସାଇରାମ ଗୌଡିଆବୋରଦା ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ। ସକାଳେ ଗୌଡିଆବୋରଦା ଗ୍ରାମର ପୋଖରିକୁ ଅଜା ସହ ଗାଧେଇବା ପାଇଁ ଯାଇଥିବା ବେଳେ ପୋଖରିର ଗଭିର ଜଳ ଭିତରକୁ ସାଇରାମ ଚାଲିଯାଇଥିଲେ। ସାଇରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ହେଲେ ଡାକ୍ତର ସାଇରାମ ସ୍ବାଇଁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବୁଗୁଡା ପୋଲିସ ମେଡ଼ିକାଲରେ ପହଞ୍ଚି ମର ଶରୀରକୁ ଜବତ କରିବାସହ ୮/୨୫ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ଯବଛେଦ ପାଇଁ ପଠା ଯାଇଥିବା ଜଣାପଡିଛି।