ପୋଲସରା ୧୯/୦୫/୨୫ ପୋଲସରା ମୁଖ୍ୟ ରାସ୍ତା ଠାରୁ ହାତିଓଟ ଗ୍ରାମକୁ ସଂଯୋଗ କରୁଥିବା ପୋଲସରା ପୂର୍ତ୍ତ ବିଭାଗ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଥିବାରୁ ରାସ୍ତାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ହେଉଥିବା ଜଣାପଡିଛି। ରାସ୍ତ ମଧ୍ୟରେ ଖାଲ ଗୁଡ଼ିକ ବିଭିନ୍ନ ବୁଲାଣିରେ ରହିଥିବାରୁ ଯିବାଆସିବା ସମୟରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ। କାମଚଳା ମରାମତି ନକରି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି କରିବା ନିହାତି ଆବଶ୍ୟକ ହୋଇପଡିଛି। ଦୁଖା ବନ୍ଧ, ଖଣ୍ଡୁରୁ ଛକଠାରୁ ଚଢିଆପଡା ମଧ୍ୟରେ ଏବଂ ଖଣ୍ଡୁରୁ ଗୁଡ ଫେକ୍ଟ୍ରି ଛକ ସହିତ ହାତିଓଟ ଗ୍ରାମକୁ ଯିବା ରାସ୍ତାର ବହୁ ବୁଲାଣି ଠାରେ ରାସ୍ତ ମଧ୍ୟରେ ଖାଲ ରହିଅଛି। ମରଣ ଯନ୍ତା ପାଲଟି ଥିବ ପୂର୍ତ୍ତ ବିଭାଗର ପୋଲସରା-ହାତୀଓଟ-ବାଲିପଦର ରାସ୍ତାର ପୋଲସରା ଠାରୁ ହାତୀଓଟ ପର୍ଯ୍ୟନ୍ତ ତୁରନ୍ତ ମରାମତି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।