ଜାଭିୟର୍ସ ସ୍କଲ ପକ୍ଷରୁ ଶିକ୍ଷକ ତାଲିମ ଶିବିର

0
39

ବ୍ରହ୍ମପୁର, ୦୯/୦୬/୨୦୨୫:ସ୍ଥାନୀୟ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ତାଲିମ ଶିବିର ଆୟୋଜିତ କରାଯାଇଥିଲା । ସ୍କୁଲ୍ ଅଧକ୍ଷ କେ. ସି ପଣ୍ଡା ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଭୁବନେଶ୍ୱର ବି ଜେ ଇ ଏମ୍ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ଅଳକା ମହାନ୍ତି, ବାଲେଶ୍ଵର ମହର୍ଷି ବିଦ୍ୟା ମନ୍ଦିର ଅଧ୍ୟକ୍ଷା ଜ୍ୟୋତି ପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶିକ୍ଷା ଦାନ କରିଥିଲେ । ଅନୁରୂପ ସ୍କୁଲ ଚେୟାରମେନ ଜି.ଏସ.ପଣ୍ଡା, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା ଡ.ବିନାୟକ ସାହୁ ଓ ଉଷାରାଣୀ ପଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ତାଲିମ ଶିବିର ର ଉଦ୍ଦେଶ୍ୟ ସମ୍ପର୍କରେ ନିଜ ନିଜ ର ମତ ଦେଇ ଶିକ୍ଷାଦାନରେ ଶିକ୍ଷକ ଙ୍କ ଭୂମିକା ର ଗୁରୁତ୍ଵ ରହିଛି ବୋଲି କହିଥିଲେ । ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଭବିଷ୍ୟ ଲାଗି ଶିକ୍ଷକ ମାନେ ସର୍ବଦା ଉତ୍ତମ ଶିକ୍ଷା ପ୍ରଦାନ୍ କରିବାକୁ ଏଠାରେ ମତ ପ୍ରକାଶ ପାଇଥିଲା ।ଏହି କାର୍ଯ୍ୟକ୍ରମେ ସ୍କୁଲ ର ମିନୁଶ୍ରୀ ପଟ୍ଟନାୟକ, ଅନୁପମl ପ୍ରଧାନ, ମିନତୀ ଷଡ଼ଙ୍ଗୀ , ପ୍ରକାଶ ପଲାଇ, ଉପାସନା ସାହୁ, ଜେ ବିମଲା ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଜୁନ ୧୨ତାରିଖ ରେ ଏହି ତାଲିମ ଶିବିର ଉଦଯାପିତ ହେବ ।

LEAVE A REPLY

Please enter your comment!
Please enter your name here