ମାଣିତରାରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

0
28

ବୁଗୁଡା, ୧୨/୬/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମାଣିତରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜୁନ ୧୧ ତାରିଖ ଦିନ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। କିଓରବେ ଇ-କ୍ଲିନିକ , ବ୍ରହ୍ମପୁର ତ୍ରିଷାନ ହସପିଟାଲ, ମାଣିତରା ପଞ୍ଚାୟତ ଓ ସମାଜସେବୀ ଜଗନ୍ନାଥ ଖଟୁଆଙ୍କ ମିଳିତ ଆନୁକୂଲ୍ୟରେ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟସେବା ଶିବିରକୁ ମାଣିତରା ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଏହି ଶିବିରରେ କିଓର ବେ ର ସିବିଏମ ଯୋଗେଶ୍ବର ଦାସ ଓ ତ୍ରିଷାନ ହସ୍ପିଟାଲର ଡାକ୍ତର ସୁରଜ କୁମାର ପାତ୍ର ଉଭୟେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରିଥିଲେ। ୨୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ୨୦ ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା। ୧୦ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ତ୍ରିଷାନ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଶରତ ଖଟୁଆ, ଗଙ୍ଗାଧର ସାହୁ, ରଙ୍କ ଖଟୁଆ, ସଜନ ଜେନା, ଶମ୍ଭୁନାଥ ଖଟୁଆ, ବାଳକୃଷ୍ଣ ପ୍ରଧାନ, ମଙ୍ଗୁଳୁ ଡାକୁଆ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here