ବୁଗୁଡା ବ୍ଳକରେ ଗଡ଼ିଲା ବିକାଶ ବାହନ ରଥ

0
31

ବୁଗୁଡା, ୧୩/୬/୨୪ : ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଓଡ଼ିଶାରେ ସରକାରଙ୍କ ସଫଳତା ବିଷୟ ନେଇ ଜୁନ ୧୨ ତାରିଖ ଠାରୁ ବିକାଶ ରଥର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିଭଳି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକରେ ବିଡ଼ିଓ ଧର୍ମରାଜ ପରିଡାଙ୍କ ତତ୍ତ୍ୱାବଧାନରେ ବିକାଶ ବାହନ ରଥ ପରିକ୍ରମା ଆରମ୍ଭ ହୋଇଯାଇଛି। ଜୁନ ୧୨ ତାରିଖ ପ୍ରଥମ ଦିନରେ ବୁଗୁଡା ବ୍ଳକର ଗୋଲିଆ ଓ ଭାମଶ୍ୟାଳି ପଞ୍ଚାୟତରେ ବିକାଶ ବାହନ ରଥ ଶୁଭାରମ୍ଭ ହୋଇଥିଲା। ବିଡ଼ିଓ ଶ୍ରୀ ପରିଡା ଓ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇବା ପରେ ବିକାଶ ବାହନ ରଥ ଗଡ଼ିବା ଆରମ୍ଭ କରିଥିଲା। ସେହିପରି ଜୁନ ୧୩ ତାରିଖ ଦ୍ଵିତୀୟ ଦିନରେ ବିକାଶ ବାହନ ରଥ ବିରଞ୍ଚିପୁର ଓ ବି.କରଡ଼ାବାଡ଼ି ପଞ୍ଚାୟତରେ ପରିକ୍ରମା କରିଥିଲା। ପ୍ରତ୍ୟେକ ଗ୍ରାମରେ ଜନସାଧାରଣ ବିକାଶ ବାହନ ରଥକୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଭାଷାଣର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏଥିସହ ବିଭିନ୍ନ ବ୍ୟାନର ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ କର୍ମଚାରୀ, ସ୍ଥାନୀୟ ଲୋକପ୍ରତିନିଧି , ପଞ୍ଚାୟରର ପିଇଓ, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here