ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଏନସିସି କ୍ୟାଡେଟଙ୍କ ରକ୍ତଦାନ ପାଇଁ ସଚେତନତା ରାଲି

0
26

ପୋଲସରା, ୧୪/୦୬/୨୫ : ଜୁନ ୧୪ ତାରିଖ ହେଉଛି ବିଶ୍ୱ ରକ୍ତଦାତା ଦିବସ। ୧୮୬୫ ମସିହା ଜୁନ ୧୪ ତାରିଖରେ ଅଷ୍ଟ୍ରିଆର ବୈଜ୍ଞାନିକ ଡାକ୍ତର କାରଲ ଲ୍ୟାଣ୍ଡଷ୍ଟେନ ୧୯୦୧ ମସିହାରେ ଗବେଷଣା କରି ମନ୍ୟୁଷ ଶରୀରରେ “ଏ”,”ବି” ଓ “ଓ” ରକ୍ତଗୃପର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୩୦ ମସିହାରେ ଶ୍ରୀ ଲ୍ୟାଣ୍ଡଷ୍ଟେନଙ୍କୁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଡାକ୍ତର ଲ୍ୟାଣ୍ଡଷ୍ଟେନଙ୍କୁ ସର୍ବଦା ମାନେରଖିବା ପାଇଁ ୨୦୦୪ ମସିହାରୁ ତାଙ୍କ ଜନ୍ମ ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନ୍.ସି.ସି. ୨(ଓଡିଶା) କ୍ୟାଡେଟ ଗାର୍ଲ୍ସ୍ ବଟାଲିୟନ ରାୟଗଡ଼ା ତରଫରୁ ବିଶ୍ଵ ରକ୍ତଦାତା ବା ରକ୍ତଦାନ ଦିବସ ଉପଲକ୍ଷେ ଏକ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ପ୍ରଫେସର ରବୀନ୍ଦ୍ରନାଥ ପାଳ ଉଦଘାଟନ କରି ଏନ୍.ସି.ସି. କ୍ୟାଡେଟ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ । ଏନ୍.ସି.ସି. ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ କ୍ୟାଡେଟ ବୃନ୍ଦଙ୍କ ସହିତ ଏହି ରାଲିରେ ଯୋଗ ଦେଇ କଲେଜରୁ ବାହାରି ବ୍ଲକ କାର୍ଯ୍ୟାଳୟଠାରୁ ଏନ.ଏ.ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶ୍ଵ ରକ୍ତଦାତା ଦିବସ ଚଳିତ ବର୍ଷର ବାର୍ତ୍ତା “ରକ୍ତ ଦାନ କର, ଆଶା ସଞ୍ଚାର କର” “ଆମେ ମିଳିତ ହେବା, ଜୀବନ ବଞ୍ଚାଇବା” ଏବଂ ଅନ୍ୟାନ୍ୟ ସ୍ଲୋଗାନ ଦେଇ କ୍ୟାଡେଟ୍ ବୃନ୍ଦ ଜନସାଧାରଣଙ୍କୁ ରକ୍ତଦାନ ପାଇ ସଚେତନତା କରାଇଥିଲେ ।

LEAVE A REPLY

Please enter your comment!
Please enter your name here