ଅନ୍ଵେଷା କଳା କେନ୍ଦ୍ର ତରଫରୁ ରଜ ଉତ୍ସବ ମନ ମୋହିଲା

0
26

ବ୍ରହ୍ମପୁର, ୧୫/୦୬/୨୦୨୫:ମହେନ୍ଦ୍ର କଳା ସାହିତ୍ୟ ସଂସଦର ସାଂସ୍କୃତିକ ଶାଖା ଅନ୍ଵେଷା କଳାକେନ୍ଦ୍ର ତରଫରୁ ହୋଟେଲ୍ ମୋତି ସମ୍ମିଳନୀ କକ୍ଷରେ କେନ୍ଦ୍ରର ମୁଖ୍ୟ ପରିଚାଳିକା ଉଷାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରଜ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଉଦଘାଟିକା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ମୁଖ୍ୟ ଅତିଥି ରୂପେ ବିଧାୟକ କେ. ଅନିଲ କୁମାର , ବିଶିଷ୍ଟ ଅତିଥି ରୂପେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ମେୟର ସଂଘମିତ୍ରା ଦଳାଇ, ସମ୍ମାନୀତ ଅତିଥି ରୂପେ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ପ୍ରେସିଡେନ୍ସୀ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଓ ପରିଚାଳକ ଡ ଶ୍ରୀନିବାସ ମହାପାତ୍ର, ନାଳନ୍ଦାଶ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାଳୀଚରଣ ସାହୁ, ଅବସର ପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ବିପ୍ର ଚରଣ ଭୂୟାଁ ଏଵଂ ଶିଳ୍ପପତି ରାଜ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ରଜ ପର୍ବ ର ମହାନତା ଓ ପରମ୍ପରା ରେ ନାରୀମାନଙ୍କ ଭୂମିକା ନେଇ ଆଲୋଚନା କରିଥିଲେ l ସଭା କାର୍ଯ୍ୟକୁ ଡ ମିହିର କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ସୁଶ୍ରୀ ବସୁନ୍ଧରା ଏବଂ ଅଳ୍ପନା ପ୍ରିୟଦର୍ଶିନୀ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି ଅବସରରେ ସୃଷ୍ଟି ମହାବିଦ୍ୟାଳୟର ନିର୍ଦ୍ଦେଶକ ଅନୁପ କୁମାର ପାଢ଼ୀ ଏବଂ ରାଜାରାଣୀ ରିତା ମହାରଣା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଗଞ୍ଜାମ ଜ଼ିଲ୍ଲାର ବିଭିନ୍ନ ଅନୁଷ୍ଠାନର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିବା ସହ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ ଭଜନ ଗାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଏଥି ସହ ସାର୍ଥକ ପାଢ଼ୀ, ଅନନ୍ୟା ସଂଗୀତ ପରିବେଷଣ କରିଥିଲେ l ହୋଇଥିଲା।ଏଠାରେ ରଜ ଦୋଳି, ରଜ ପାନ ସହ ପିଠା ପଣା ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here