ବେଙ୍ଗାଲୁରୁ ରେ ଗ୍ୟାସ ହାଣ୍ଡି ଫାଟି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

0
38

ବୁଗୁଡା, ୧୫/୬/୨୫ : କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରରେ ଜୁନ ୧୫ ତାରିଖ ଦିନ ଏକ ଗ୍ୟାସ ହାଣ୍ଡି ଫାଟି ଅଗ୍ନିକାଣ୍ଡ ଯୋଗୁଁ ଜଣେ ଓଡ଼ିଆ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ସ୍ବର୍ଗତ ବଂଶୀଧର ସାହୁଙ୍କ ପୁଅ ସୌରଭ ସାହୁ (୨୫)। ମୃତ ସୌରଭଙ୍କ ବାପା ବଂଶୀଧର ସାହୁ ନିଜର ଅଟୋ ଚଳାଇ ପ୍ରତିପୋଷଣ କରୁଥିବା ବେଳେ ଅଟୋ ଦୁର୍ଘଟଣା ରେ ତାଙ୍କର ଦେହାନ୍ତ ହୋଇଥିଲା। ସୌରଭ ତାଙ୍କର ଏକମାତ୍ର ପୁତ୍ର ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ବେଙ୍ଗାଳୁରୁ ସହରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ସୌରଭ ପୋଡି ଯାଇଥିବା ବେଳେ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ମେଡ଼ିକାଲରେ ଡାକ୍ତର ସୌରଭ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସୌରଭଙ୍କ ମର ଶରୀରକୁ ନିଜ ଗ୍ରାମ ମାଣିତରାକୁ ଆଣିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here