ପୋଲସରା ମହାବିଦ୍ୟାଳୟରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0
22

ପୋଲସରା, ୨୧/୬/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାିଦ୍ୟାଳୟ ପକ୍ଷରୁ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫, ଜାତୀୟ ସେବା ଯୋଜନା ( ପୁରୁଷ, ମହିଳା ଓ ଯୁଗ୍ମ ବିଭାଗ), ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ ର ମିଳିତ ଆନୁକୁଲ୍ୟରେ ଜୁନ ୨୧ ତାରିଖ ଦିନ ପାଳିତ ହୋଇଯାଇଅଛି। ଆନ୍ତର୍ଜାତୀୟ ଯୋଗ ଦିବସକୁ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଉଦଘାଟନ କରିଥିଲେ। ସାଧନକର୍ମୀ ଭାବରେ ବର୍ତ୍ତିନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାଣୀବିଭାଗ ଅଧ୍ୟାପକ ମନୋଜ କୁମାର ସାହୁ ଯୋଗ ଦେଇ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନା ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର୍ ପ୍ରକାଶ ଚନ୍ଦ୍ର ସାହୁ, ମହିଳା ବିଭାଗର ପ୍ରୋଗ୍ରାମ ଅଫିସର୍ ବସନ୍ତ କୁମାର ପାଣି, ଯୁଗ୍ମ ବିଭାଗର ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ, ଯୁବ ରେଡକ୍ରସ୍ କାଉନସିଲର ବିଶ୍ଵନାଥ ଚୌଧୁରୀ ପ୍ରଭୃତି ସଂଯୋଜନା କରିଥିଲେ। ରିଡର୍ ରୁଦ୍ର ପ୍ରସାଦ ଗୌଡ଼, ଅଧ୍ୟାପକ ବୃନ୍ଦ, ଦର୍ଶନଶାସ୍ତ୍ର ବିଭାଗ ଡକ୍ଟର ବିରଞ୍ଚି ନାରାୟଣ ରଥ, ଆକାଶ କୁମାର ସାହୁ, ଉଷା ରଞ୍ଜନ ଦାସ, କିଶୋର ଚନ୍ଦ୍ର ଜେନା, ଲିପିନଥ ସିଂହ, ଅମିତ କୁମାର ସାହୁ, ବିକାଶ କୁମାର ସାହୁ, ଦେବାଶିଷ ସ୍ୱାଇଁ, ଟୁଟୁ ଡାକୁଆ, ଶ୍ରୀକାନ୍ତ ପ୍ରଧାନ, ବିଭୂତି ଭୂଷଣ ସାହୁ ଓ ଶାନ୍ତନୁ ପ୍ରଧାନ, ଖେଳ ଶିକ୍ଷକ ଦୀପକ କୁମାର ସ୍ବାଇଁ, ଯୁବ ରେଡକ୍ରସ୍ ର ମହିଳା କାଉନସିଲର ସୁଜାତା ରାଣୀ ବେହେରା, ଏବଂ ନାଇଟ୍ ୱାଚମ୍ୟାନ ସୁବଳ ଶବର ପ୍ରଭୃତି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here