ବୁଗୁଡା ବ୍ଲକ ଓ ଏନଏସି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0
35

ବୁଗୁଡା ୨୧/୬/୨୬ : ଜୁନ ୨୧ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଉଭୟ ବୁଗୁଡା ବ୍ଲକ ଓ ଏନଏସି ପକ୍ଷରୁ ବୁଗୁଡା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଏକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଧର୍ମରାଜ ପରିଡା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ଦୁଇ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କଲେ ଆମ ଶରୀର ସୁସ୍ଥ ରହିବ ବୋଲି ବିଡ଼ିଓ ଶ୍ରୀ ପରିଡା ଓ ଇଓ ଶ୍ରୀ ବେହେରା ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ବୁଗୁଡା ପିପୁଲସ କଲେଜର ଛାତ୍ର ସାଧନ କର୍ମୀ ଭାବେ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here