ହାତୀଓଟ ହାଇ ସ୍କୁଲରେ ୭୬ତମ ବନମୋତ୍ସବ ପାଳନ

0
97

ପୋଲସରା , ୪/୭/୨୦୨୫: ଗଞ୍ଜାମ ଜିଲ୍ଲାର ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି। ପୋଲସରା ବନାଞ୍ଚଳ, ହାତୀଓଟ ହାଇ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ବିଦ୍ୟାଳୟ ପରିସରରେ ୭୬ତମ ବନ ମହୋତ୍ସବ ପାଇଁ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ହାତୀଓଟ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବନାଞ୍ଚଳ ଅଧିକାରୀ ନନ୍ଦ କିଶୋର ସିଂ, ବରିଷ୍ଠ ଶିକ୍ଷାବିତ୍ ମୁରଲୀ ଧର ନନ୍ଦ ଓ ସାହିତ୍ୟ ଘରର ସଂପାଦିକା କେ. ସୁମିତା ପାତ୍ର ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ବୃକ୍ଷ ରୋପଣର ଉପକାରୀତା ଓ ଜଙ୍ଗଳ ସୁରକ୍ଷା ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ବୃକ୍ଷ ରୋପଣ କରି ବୃକ୍ଷକୁ ବଡ କରିବା ପର୍ଯ୍ୟନ୍ତ ଯତ୍ନ ନେବାର ଆବଶ୍ୟକ ରହିଛି ବୋଲି ବକ୍ତାମାନେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବିଦ୍ୟାର୍ଥୀ ଖାଲି ଥିବା ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସଭାପରେ ହାଇସ୍କୁଲ ପରିସର ମଧ୍ୟରେ ବଉଳକୋଳି, ଅଁଳା, ଲେମ୍ବୁ, ଆକାଶିଆ, ଆମ୍ବ , ପଣସ, ଡାଳିମ୍ବ, କୃଷ୍ଣଚୂଡା ଆଦି ବୃକ୍ଷ ରୋପଣ କରାଯାଇଥିଲା ।
ଫରେଷ୍ଟର ମୁନା ପାତ୍ର ଓ କାର୍ତ୍ତିକ ସାହୁ, ସମିତି ସଭ୍ୟ କାହ୍ନୁ ଚରଣ ସାହୁ, ସ୍ଵୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ ଗୀତାଞ୍ଜଳୀ ପ୍ରଧାନ, ଏସ ଏମ୍ ସି ସଭାପତି ପ୍ରସନ୍ନ କୁମାର ସାହୁ, ଅମ ରଞ୍ଜନ ପାତ୍ର, ଶୁଭକାନ୍ତ ସାହୁ, ଶଙ୍କର ପ୍ରଧାନ, ସୁନୀତା କୁମାରୀ ବଡ଼ ଜେନା, ସମୀର କୁମାର ଦଳେଇ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ଵାଇଁ, ଆଶିଷ କୁମାର ପାତ୍ର, ଦୀପକ କୁମାର ପ୍ରଧାନ, ସାହିତ୍ୟ ଘରର ସଦସ୍ୟ ବୃନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ୧୫୦ ଟି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here