ବୁଗୁଡା, ୦୭/୦୭/୨୫ : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଜୁଲାଇ ମାସ ବୈଠକ ଭଞ୍ଜନଗର ଫରେଷ୍ଟ ଡାକ ବଙ୍ଗଳାରେ ସ୍ଥାୟୀ ସଭାପତି ଅଧିବକ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ସଭାପତି ଶ୍ରୀ ନାୟକ ପୁରୀ ଜଗନ୍ନାଥ ମନ୍ଦିରରେ ବୁଦ୍ଧଙ୍କୁ କିପରି ଏକ ଅବତାର ରୂପେ ଗ୍ରହଣ କରାଯାଇଛି ଓ ବୁଦ୍ଧଦେବଙ୍କ ଦାନ୍ତକୁ କିପରି ଜଗନ୍ନାଥଙ୍କ ଭିତରେ ବ୍ରହ୍ମରୂପରେ ସ୍ଥାପିତ କରାଯାଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ପାଦକ ରବିନାରାୟଣ ସାମନ୍ତ ଜୁନ ମାସ ବୈଠକର ବିବରଣୀ ଉପସ୍ଥାପିତ କରି ଗୃହିତ କରାଇ ନେଇଥିଲେ। ନୂତନ ସଭ୍ୟ ଧୋବା ବେହେରା ଓ ଶରତ ଚନ୍ଦ୍ର ସାହୁଙ୍କ ପରିଚୟ ସଭାପତି ପ୍ରଦାନ କରିଥିଲେ। ୭୦ ବର୍ଷରୁ ଉର୍ଦ୍ଧ ସଭ୍ୟମାନେ ଯେପରି ସରକାରଙ୍କ ଆୟୁଷ୍ମାନ କାର୍ଡ଼ ପାଇବେ ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ନେଟେଙ୍ଗା ଗ୍ରାମରେ ଯେଉଁ ରଘୁନାଥ ମନ୍ଦିର ପ୍ରତିଷ୍ଠା କରି ନିଜ ସାରସ୍ବତ ସାଧନା କରିଥିଲେ ସେଇ ମନ୍ଦିର ଓ ଭଞ୍ଜ ରାଜବଂଶର ପ୍ରଥମ ଗଡ ‘ଜୟନ୍ତୀ ଗଡ’ କୁ ପରିଦର୍ଶନ କରିବା ପାଇଁ ଆଗାମୀ ୨୭ ତାରିଖକୁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଗଲା। ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସୁପାରିଶ ପ୍ରକାରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ସ୍ଥାନୀୟ ଉପଖଣ୍ଡ ସରକାରୀ ଚିକିତ୍ସାଳୟ ଅଧିକାରୀଙ୍କୁ ଏକ ଚିଠି ଲେଖିଥିବାରୁ ଉପସ୍ଥିତ ଥିବା ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରତ୍ୟେକ ସଭ୍ୟଙ୍କର ଜନ୍ମ ଦିବସ ପାଳନ କରାଯିବା ପାଇଁ ପ୍ରାକ୍ତନ ସମ୍ପାଦକ ରବିନ୍ଦ୍ରନାଥ ଆଚାର୍ଯ୍ୟଙ୍କର ପ୍ରସ୍ତାବ ଗୃହୀତ ହୋଇଥିଲା I ସଭ୍ୟ ଲଡୁ କିଶୋର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବିପିନ କୁମାର ବେହେରା, ବିପ୍ର ଚରଣ ସାହୁ, ଏମ. ରବିନାରାୟଣ ପାତ୍ର, ରଘୁନାଥ ପାତ୍ର, ପ୍ରତାପ ଚନ୍ଦ୍ର ସାହୁ, ଗୌରୀ ଶଙ୍କର ମିଶ୍ର, ପି. ଶିବ ପ୍ରସାଦ ସୁବୁଦ୍ଧି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉପସଭାପତି ବାଳକୃଷ୍ଣ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I





