ବ୍ରହ୍ମପୁର,୧୧/୦୭/୨୦୨୫:
ସ୍ଥାନୀୟ ମିନାକ୍ଷୀ ନଗର ସ୍ଥିତ ଦ୍ଵିତୀୟ ତଥା ନୂତନ ଏକାଡେମିକ୍ କାମ୍ପସ୍ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ବନମହୋତ୍ସବ -୨୦୨୫ ପାଳିତ ହୋଇଯାଇଛି । ଏହି “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଯୁବ ରେଡକ୍ରସ ତଥା ଏନ୍ଏସ୍ଏସ୍ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ଵେଚ୍ଛାସେବୀ ଉପସ୍ଥିତ ରହି ୩୦ ରୁ ଅଧିକ ବୃକ୍ଷ ରୋପଣ କରିଥିଲେ ।





