ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ବଜେଟ ଅନୁମୋଦନ

0
8

ବୁଗୁଡା, ୦୧-୦୩-୨୬ : କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ( ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଜନ ଆରୋଗ୍ୟ ସମିତି ର ଗଭର୍ଣ୍ଣିଙ୍ଗ ବଡ଼ି ମିଟିଙ୍ଗ ଅନୁଷ୍ଠିତ ହୋ ବଜେଟ ଗୃହିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ତଥା ସମିତିର ସଭାପତି ଗଙ୍ଗାପାଣି ଜେନା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡଟ ଡାକ୍ତର ଅରୁଣ କୁମାର ପାତ୍ର, ଏ. କରଡ଼ାବାଡ଼ି ମେଡ଼ିକାଲ ଅଫିସର ଡାକ୍ତର କାଜଲ ପରିଛା, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ପ୍ରଣୟିନୀ ସାହୁ ଓ ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ବିଏଏମ ସଞ୍ଜୟ କୁମାର ବରାଡ଼, ପିଏଚଇଓ ରଜନୀ ପୃଷ୍ଟି, ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ଜୟଦେବ ରାଉତ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନସିଆନ କାଳୀ ପ୍ରସାଦ ସାହୁ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ଏଏନଏମ କୃଷ୍ଣ ପ୍ରିୟା ପଣ୍ଡା, ଏସଏସପିସି ଚିତ୍ତରଞ୍ଜନ ପ୍ରଧାନ, ମାଣିତରା ଏଏନଏମ ପ୍ରତିମା ସ୍ୱାଇଁ ଓ ଗୋଳାବନ୍ଧ ଏଏନଏମ ଦମୟନ୍ତି ନାୟକଙ୍କ ସମେତ ନୂତନ ଭାବେ ନିଯୁକ୍ତି ପାଇଥିବା ମାଣିତରା ଓ ଗୋଳାବନ୍ଧର ମହିଳା ସ୍ୱାସ୍ଥ୍ୟ କର୍ମୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ କେନ୍ଦ୍ର) ର ଉନ୍ନତି ପାଇଁ କମିଟିର ସଭାପତି ତଥା ସ୍ଥାନୀୟ ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା ଅନୁଦାନ ଅର୍ଥ ପ୍ରଦାନ କରିଥିବା ଯୋଗୁଁ ସଭା ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା। ଆଲୋଚନା ପରେ ସର୍ବସମ୍ମତି କ୍ରମେ ବଜେଟ ଗୃହୀତ ହୋଇଥିଲା।

LEAVE A REPLY

Please enter your comment!
Please enter your name here