ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ପାଇଁ କେଶବ ନାହାକଙ୍କୁ ମୃତ୍ଯୁଦଣ୍ଡ

0
8

ପୋଲସରା, ୨୭-୩-୨୬ : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା କେଶ ନଂ ୪୧୭/ତା ୨୧-୧୧-୨୦୨୧ କୁ ବିଚାର କରି ୨୬-୩-୨୦୨୬ ତାରିଖ ଦିନ ଗଂଜାମ ଜିଲ୍ଲା ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ତଥା ସ୍ୱତନ୍ତ୍ର ପୋସକୋ କୋର୍ଟ ବିଚାରପତି ଶ୍ରୀମତୀ ପ୍ରଣତି ପଟ୍ଟନାୟକ ପୋଲସରା ଥାନାର ମନଶିଳା ଗ୍ରାମର ପଣ୍ଡିତ ନାହାକଙ୍କ ପୁଅ କେଶବ ନାହାକଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋଲସରା ଥାନା ଅନ୍ତର୍ଗତ ମେଣ୍ଢାଖାଇ ଗ୍ରାମର ମାଆ(୩୫) ଓ ଝିଅ(୧୨) ମାମୁଁ ଘର ମନଶିଳା ଗ୍ରାମକୁ ଯାଇ କିଛିଦିନ ରହିଥିଲେ। ଏହି ରହଣି ସମୟ ମଧ୍ୟରେ ୨୧-୧୧-୨୦୨୧ ତାରିଖ ଦିନ ମାମୁଁଙ୍କ ପୁଅ କେଶବ ନାହାକ ବୁଲିଯିବା କହି ଝିଅକୁ ନଦୀ କୂଳକୁ ନେଇ ଦୁଷ୍କର୍ମ କରିବା ସହ ଝିଅର ଯୌନାଙ୍ଗରେ ବାଡ଼ି ପୁରାଇ ପାଟିକୁ ଭିଡିଧରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ନିକଟରେ ଯାଉଥିବା ଜଣେ ବ୍ୟକ୍ତି ଝିଅର ପାଟି ଶୁଣି ତାଙ୍କ ନିକଟକୁ ଯାଇ ଝିଅକୁ ଉଦ୍ଧାର କରି ମାମୁଁ ଘରେ ମାଆ ନିକଟରେ ଛାଡିଥିଲେ। ଝିଅ ଠାରୁ ସମସ୍ତ ଘଟଣା ଜାଣିବା ପରେ ପୋଲସରା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ସେହି ସମୟର ଆଇଆଇସି ଜିତେନ୍ଦ୍ର ମଲ୍ଲିକ ଘଟଣା ଅନୁସନ୍ଧାନ କରି ୪୧୭/୨୧ ପ୍ରକାରେ ଏକ ମାମଲା ରୁଜୁକରି ଆସାମୀ କେଶବ ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପିଡିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ନାରାୟଣ ପଣ୍ଡା ମକଦ୍ଦମା ଲଢୁଥିଲେ।

LEAVE A REPLY

Please enter your comment!
Please enter your name here