“ଆମ ପୋଷାକ ଆମ ପରିଚୟ” ଦିବସ ପାଳିତ

0
16

ଛତ୍ରପୁର,୦୨/୦୪/୨୦୨୬:

ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ପୋଷାକ ପରିଧାନ କରି “ଆମ ପୋଷାକ ଆମ ପରିଚୟ” ଅଭିଯାନରେ ସାମିଲ ହୋଇଛନ୍ତି।

ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଓ ଜନସାଧାରଣ ଆଜି ପାରମ୍ପରିକ ପୋଷାକ ପରିଧାନ କରି ଆମର ହସ୍ତତନ୍ତର ପ୍ରଚାର ପ୍ରସାର କରିଛନ୍ତି।

ପାରମ୍ପରିକ ପୋଷାକ ପରିଧାନ କରି ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ୱେବ୍ସାଇଟ (odiapakhya.com)ରେ ଅପଲୋଡ଼ କରିବା ସହ ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଜନସାଧାରଣ ଡ଼ାଉନଲୋଡ଼ କରିପାରିବେ ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଅର୍ଥାତ ଏପ୍ରିଲ ୩ ତାରିଖକୁ ମଧ୍ୟ “ଆମ ପୋଷାକ ଆମ ପରିଚୟ” ଦିବସ ଭାବେ ପାଳନ କରାଯିବ। ଏପ୍ରିଲ ୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ”ର ଆୟୋଜନ କରାଯିବ।

LEAVE A REPLY

Please enter your comment!
Please enter your name here