ବ୍ରହ୍ମପୁର,୧୩/୦୪/୨୦୨୬:ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ଗାନ୍ଧୀ ନଗର ସ୍ଥିମ ମହାମାୟୀ ମହିଳା ମହାବିଦ୍ୟାଳୟ ଠାରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ରେ ଏକ ପାରମ୍ପାରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଯୋଗଦେଇ ଶୁଭାରମ୍ଭ କରିବା ସହ ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଖାଦ୍ୟ ଖାଇ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ରଙ୍କ ପୌରହିତ୍ୟ କରିଥିବା ବେଳେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀମାନେ ଯୋଗଦେଇ ଉତ୍ସାହର ସହ ମେଳା ରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ କରିଥିଲେ । କଲେଜ ପରିସରରେ ଏପରି ଏକ ମେଳା ଆୟୋଜନ ଦେଖି ଛାତ୍ରୀମାନେ ବହୁତ ଖୁସି ଅନୁଭବ କରିବା ସହ ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିଥିଲେ ।




