ବୁଗୁଡ଼ା ପ୍ରକଳ୍ପ ସ୍ତରୀୟ ଅଷ୍ଟମ ପୋଷଣ ପକ୍ଷ ପାଳନ

0
10

ବୁଗୁଡା, ୨୨/୪/୨୬ : ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗ ଓ ବୁଗୁଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ୨୨-୪-୨୬ ତାରିଖ ଦିନ ବୁଗୁଡା ସମିତି ସମ୍ମିଳନୀ କକ୍ଷରେ ଅଷ୍ଟମ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୁଗୁଡା ଏବିଡ଼ିଓ ଧର୍ମରାଜ ପରିଡା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଦରାବିନ୍ଦ ଷଡଙ୍ଗୀ ଯୋଗଦେଇ ପୋଷଣ ପକ୍ଷ ପାଳନ ର ତାପର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ମାଆ ଓ ଶିଶୁର ପୋଷଣ, ମସ୍ତିଷ୍କର ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ, ପ୍ରାରମ୍ଭିକ ବୟସରେ ଖେଳ ଆଧାରିତ ଶିକ୍ଷା, ଶିଶୁ ର ସ୍କିନ ଟାଇମ୍ କମ କରିବାରେ ପିତା, ମାତା ଓ ଗୋଷ୍ଠୀ ସମୁଦାୟଙ୍କ ଭୂମିକା, ଅଙ୍ଗନବାଡ଼ି କେନ୍ଦ୍ରର ସଶକ୍ତିକରଣ ନିମନ୍ତେ ସାମୁହିକ ସମର୍ଥନ ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା। କର୍ମୀମାନଙ୍କ ଦ୍ୱାରା ପୋଷଣ ଯୁକ୍ତ ଖାଦ୍ୟ, ପୋଷଣ ଯୁକ୍ତ ପନିପରିବା ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାତୃ କମିଟି, ଯାଞ୍ଚ୍ କମିଟି, ଓ ଅଭିଭାବକ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ସୁପରଭାଇ, ଅଙ୍ଗନବାଡ଼ି କର୍ମୀ ଓ ଅଫିସ କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here