+୩ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

0
2

ପୋଲସରା, ୨୫/୦୪/୨୬ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର +୩ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ରୀମାନଙ୍କ ଆଠ ଦିବସିୟ ଆତ୍ମ ସୁରକ୍ଷା ତାଲିମ ଶିବିର ୨୫/୪/୨୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। କଲେଜର ଏନସିସି ଅଫିସର ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିବିର ଉଦଯାପନି ଦିବସରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଆତ୍ମ ସୁରକ୍ଷା ତାଲିମ ସମାପ୍ତି ଦିବସର ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଡିଏସପି ବିଶ୍ୱନାଥ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଶ୍ୱ ହିନ୍ଦି ପରିଷଦର ସଭାନେତ୍ରୀ ପ୍ରମିତା ପଣ୍ଡା ମୁଖ୍ୟବକ୍ତା ଏବଂ ପୋଲସରା ଓକିଲ ସଂଘର ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ପୋଲସରା ସମବାୟ ବ୍ୟାଙ୍କର ଶାଖା ପରିଚାଳକ ନାରାୟଣ ପଟ୍ଟନାୟକ, ପୋଲସରା ବନପାଳ ମୁନା ଦାସ ଓ ବନରକ୍ଷୀ ଅର୍ଜୁନ ସୋରେନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କୁ ସୁରକ୍ଷା, ଆତ୍ମ ପ୍ରତିରକ୍ଷା ଓ ସେବା ବିଷୟ ନେଇ ମନ୍ତବ୍ୟ ରଖିବା ସହ ତାଲିମ ଶିବିରରେ ଆତ୍ମ ସୁରକ୍ଷା ବିଷୟରେ ତାଲିମ ପାଇଥିବା କୌଶଳ ଗୁଡିକୁ ପ୍ରତିଦିନ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ତାଲିମ ପ୍ରଦାନ କରିଥିବା ମାଷ୍ଟର ଟ୍ରେନର ଛାତ୍ରୀ ଜ୍ୟୋତି ପାଣିଗ୍ରାହୀ ଓ ଅନୁସୂୟା ବରଡ଼ଙ୍କ ସମେତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଭା ଓ ଦକ୍ଷତା ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ମାନପତ୍ର, ଟ୍ରଫି ଓ ପଦକ ପ୍ରଦାନ କରିଥିଲେ। ଶେଷରେ ଜାତୀୟ ସଂଗୀତ ସାମୁହିକ ଭାବେ ଗାନ କରାଯିବା ସହ ତାଲିମ ଶିବିର ପରିଚାଳିକା ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here