ମଥୁରା ଶରଣ ଶ୍ରୀକ୍ଷେତ୍ର ମାରଦ ମନ୍ଦିର ଓ ବୁଗୁଡା ବିରଞ୍ଚିନାରାୟଣ ମନ୍ଦିର ପରିଦର୍ଶନ କଲେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ।

0
32

ପୋଲସରା / ବୁଗୁଡା, ୩୦/୦୪/୨୬ : ଗଂଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଳକର ମଥୁରାରେ ଅବସ୍ଥିତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଓ ବୁଗୁଡା ଏନଏସିରେ ଅବସ୍ଥିତି ବିରଞ୍ଚିନାରାୟଣ ମନ୍ଦିରକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବଳବନ୍ତ ସିଂ ଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେରକେଟ୍ଟା ପରିଦର୍ଶନ କରି ଫେରିଥିବା ଜଣାପଡିଛି। ପୋଲସରାରେ ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଟ ଇଞ୍ଜିନିୟର ସତ୍ୟବ୍ରତ ପରିଡ଼ା, ପୋଲସରା ଅତିରିକ୍ତ ତହସିଲଦାର ସରସ୍ୱତୀ ଜାନୀଙ୍କ ସମେତ ମଥୁରା ମହନ୍ତ ସୁନ୍ଦର ରାମ ଦାସଜୀ ମହାରାଜା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ଦିର ଉନ୍ନତି ପାଇଁ ଆସିଥିବା କାର୍ଯ୍ୟର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିଥିଲେ। ଏହାପରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସିଂ, ଜିଲ୍ଲାପାଳ ଶ୍ରୀ କୀର୍ତ୍ତିଭାସନ ଓ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କେରକେଟ୍ଟା ବୁଗୁଡ଼ ଏନଏସି ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳି ବିରଞ୍ଚିନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ। ବୁଗୁଡ଼ାରେ ବୁଗୁଡା ତହସିଲଦାର ତାପସ ରାଉତ, ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ର, ବୁଗୁଡା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ମନ୍ଦିର ମହନ୍ତ ରାମାନୁଜ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସିଂ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here