ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ ତମ ଜୟନ୍ତୀ ପାଳନ

0
23

ବୁଗୁଡା, ୩୦/୪/୨୬ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ ପରିବାରରେ ୨୬-୪-୧୯୯୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ ତମ ଜୟନ୍ତୀ ତନରଡ଼ାର ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଭଞ୍ଜନଗର ସ୍ଥିତ ଡେନିଟ ଆବାସିକ ବିଦ୍ୟାଳୟ ପରିସରରେ ସଭାପତି ଆଇନଜୀବୀ ଦିଲ୍ଲୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କବି ବଳରାମ ସ୍ୱାଇଁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ଆପଟ ଏବଂ ସମ୍ମାନିତ ଅତିଥି ବୃନ୍ଦ ଭାବେ କବି ଓ ଗାଳ୍ପିକ ମୋତିଲାଲ ପତି, ଭଞ୍ଜକବି ଶ୍ୟାମ ଚରଣ ମିଶ୍ର, ଅଧ୍ୟାପକ ଡକ୍ଟର ଧ୍ୱଜାରାମ ରାଉତ, ରୋଟାରିଆନ ରଞ୍ଜିତ କୁମାର ବାରିକ ଓ ବିଦ୍ୟାଳୟର ମୁଖ୍ୟ ସୁବ୍ରତ କୁମାର ଷଡଙ୍ଗୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସାମ୍ବାଦିକ କୁମାର କାର୍ତ୍ତିକେଶ୍ବର ପ୍ରଧାନ ସଂଯୋଜନା କରିଥିଲେ। ଅତିଥି ବୃନ୍ଦ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଓଡ଼ିଆ ଭାଷାର ସମୃଦ୍ଧି, ଓଡିଶା ପ୍ରଦେଶ ଗଠନରେ ଭୂମିକା ଓ ରାଜନୈତିକ ଜୀବନୀ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ “ଭାରତ ରତ୍ନ” ପ୍ରଦାନ ଓ ରାଜଧାନୀ, ଜିଲ୍ଲା ସଦରମହକୁମା ଓ ସଚିବାଳୟ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ସାପନ କରିବାକୁ ଦାବି କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଇ ଆଦିତ୍ୟ ଜେନା, ପି ଚାନ୍ଦିନୀ ଆଚାରୀ, ରାମଚନ୍ଦ୍ର ଦୋରା ପ୍ରମୁଖ ପାରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here