ବ୍ରହ୍ମପୁର,୨୮/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ବଦାଙ୍ଗି ଯୁବ ସାମାଜସେବୀ ସତ୍ୟନାରାୟଣ ମିଶ୍ର ୱାର୍ଲଡ ହ୍ୟୁମାନ ରାଇଟସ ପ୍ରୋଟେକ୍ସନ ଅନୁଷ୍ଠାନ (ଡବ୍ଲୁଏଚଆରପିଓ) ଦକ୍ଷିଣ ଓଡ଼ିଆ ସଂଯୋଜକ ରୂପେ ମନୋନୀତ ହୋଇଛନ୍ତି। ସମାଜରେ ଆଇନଗତ ଅଧିକାର ନିମନ୍ତେ ଅସୁବିଧା ସମ୍ମୁଖୀନ ହେଉଥିବା ଲୋକଙ୍କୁ ସହାୟତା ପାଇଁ ସତ୍ୟ ସଂସ୍ଥା ପକ୍ଷରୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।ପୂର୍ବରୁ ନିଶାମୁକ୍ତ ଆନ୍ଦୋଳନ ଏବଂ ନିଜ ଗ୍ରାମରେ ନିଶା ବର୍ଜନ କରିବା କ୍ଷେତ୍ରରେ ସତ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।ଏଥି ସହିତ ରକ୍ତଦାନ ଶିବିର,ବୃକ୍ଷରୋପଣ,ଭାଷା ସୁରକ୍ଷା,ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ବିରୁପାକ୍ଷ ଯୁବକ ସଂଘ ସହାୟତାରେ କାର୍ଯ୍ୟ କରି ରାଜ୍ୟସ୍ତରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।ସେହିଭଳି ନିକଟରେ ଲକ୍ ଡାଉନ ପ୍ରଭାବ ହେତୁ ତାମିଲନାଡୁରେ ପ୍ରାୟ ୭୦ ରୁ ଉର୍ଦ୍ଧ ଦାଦନ ଶ୍ରମିକ ଫସି ରହିଥିଲେ।ପ୍ରାୟ ୫ ଦିନ ପର୍ଯ୍ୟନ୍ତ ଖାଇବା ପିଇବା ନିମନ୍ତେ ଶ୍ରମିକ ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ। ସେହି ସମୟରେ ସତ୍ୟଙ୍କ ଉଦ୍ୟମରେ ଯେଉଁ ପର୍ଯ୍ୟନ୍ତ ଲକ୍ ଡାଉନ ରହିଛି ସେହି ପର୍ଯ୍ୟନ୍ତ ଏକ ସାମାଜିକ ଅନୁଷ୍ଠାନ ଖାଇବା ପିଇବା ପାଇଁ ସହାୟତା ହାତ ବଢ଼ାଇଥିଲେ। ସାମାଜିକ କାର୍ଯ୍ୟ ଏବଂ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ଦାୟିତ୍ୱକୁ ବିଚାର କରାଯାଇ ସତ୍ୟଙ୍କୁ ଦକ୍ଷିଣ ଓଡ଼ିଆ ସଂଯୋଜକ ରୂପେ ମନୋନୀତ କରାଯାଇଛି ବୋଲି ଅନୁଷ୍ଠାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିନ୍ନ ହୋତା ପତ୍ର ମାଧ୍ୟମରେ ଜଣାଇଛନ୍ତି ।