ରକ୍ତ ଦେଇ ଜୀବନ ବଞ୍ଚାଇଲେ ଦିବ୍ୟାଙ୍ଗ ଯୁବକ “ଭୀମସେନ”

0
161

 

ଗଞ୍ଜାମ, ୨୮/୦୪/୨୦୨୦(ଟୁକୁନା ପ୍ରଧାନ) – : କରୋନା ଭାଇରସ ପାଇଁ ସାରାଦେଶ ଲକ୍ ଡାଉନ ଥିବା ବେଳେ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି ଜନସାଧାରଣ ମାନେ
ସେଥିମଧ୍ୟରୁ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ସମସ୍ୟା ହେଉଛି ଅନ୍ୟତମ । କରୋନା ଲକ୍ ଡାଉନ ର ଯୋଦ୍ଧା ସାଜିଲେ ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳର ର ଦିବ୍ୟାଙ୍ଗ ଯୁବକ କେ. ଭୀମସେନ ପାତ୍ର । ସେ ଦୁର୍ଘଟଣା ରେ ନିଜର ଦୁଇଟି ହାତ୍ ହରାଇ ଥିଲେ ସତ କିନ୍ତୁ ତାଙ୍କର ମନ ବଳ ଦୁର୍ବଳ ହୋଇନଥିଲା । ଲକ୍ ଡାଉନ ରେ ରକ୍ତ ଅଭାବରୁ ଜଣେ ରୋଗୀ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ବୋଲି ବ୍ଲଡ୍ ଆର୍ମି ଗଞ୍ଜାମ ଗ୍ରୁପ୍ ରୁ ଖବର ପାଇ ଗଞ୍ଜାମ ନିକଟସ୍ଥ ବାଲିସାହି ର ଉର୍ମିଳା ନାୟକ ନାମକ ଜଣେ ମହିଳାଙ୍କୁ ଙ୍କୁ ନିଜର A+ve ଗ୍ରୁପ ର ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଥିଲେ । ସେ ଯୁବପିଢି ଓ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ତାଙ୍କର ଏହି ମହାନତା ପାଇଁ କିଛି ସମାଜସେବୀ ମାନେ ପ୍ରଶଂସା କରିବା ସହ ଧନ୍ଯବାଦ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here