କୁକୁଡ଼ାଖଣ୍ଡି,୦୨/୦୫/୨୦୨୦:କୁକୁଡ଼ାଖଣ୍ଡି ନିକଟବର୍ତ୍ତୀ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଲେପ୍ରସି କଲୋନୀ କୁହାଯାଉଥିବା ଡିପଲ ନଗର ବାସୀଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି l କୁକୁଡ଼ାଖଣ୍ଡି ଠାରୁ ମାହୁରୀ କାଳୁଆ ରାସ୍ତାରେ ଥିବା ଏହି କଲୋନୀରେ ବସବାସ କରୁଛନ୍ତି ପ୍ରାୟ ୪୦ ପରିବାର l ସେମାନଙ୍କ ମୁଖ୍ୟ ବୃତ୍ତି କହିଲେ ବିଶେଷକରି ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି l କରୋନା ଭୁତାଣୁର ଭୟାଭୟତା କାରଣରୁ ସାରା ଦେଶ ଏକ ମାସରୁ ଅଧିକ ସମୟ ହେବ ଲକଡାଉନ ଥିବା ବେଳେ ଏମାନଙ୍କ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇଯାଇଛି l ଉକ୍ତ କଲୋନିରୁ ପଞ୍ଚାୟତ ଦୂରତା ପ୍ରାୟ ୫ କିମିରୁ ଅଧିକ ହୋଇଥିବା ବେଳେ ଯେ କୌଣସି ସରକାରୀ ଯୋଜନା ପାଇବା ପାଇଁ ସେମାନଙ୍କୁ ଚାଲି ଚାଲି ଯିବାକୁ ପଡିଥାଏ l ବର୍ତ୍ତମାନ ଲକ ଡାଉନ ପରେ ସେମାନଙ୍କୁ ମାଗଣା ଚାଉଳ ସହ ୧ ହଜାର ଟଙ୍କା ସହାୟତା ରାଶି ମିଳିଛି lକିନ୍ତୁ ଗରିବ ଶ୍ରେଣୀର ଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାରୀ ନିୟମ କରିଥିବା ବେଳେ ବର୍ତ୍ତମାନ ସେମାନଙ୍କ ନିକଟରେ ଏହି ରନ୍ଧା ଖାଦ୍ୟ ପହଞ୍ଚିନଥିବା ନେଇ କଲୋନୀ ବାସିନ୍ଦା ଅଭିଯୋଗ କରିଛନ୍ତି lଯଦି ରନ୍ଧା ଖାଦ୍ୟ ଦରକାର ତେବେ ଆଙ୍କୁଶପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନେବା ପାଇଁ ସରପଞ୍ଚ କହୁଛନ୍ତି l କିନ୍ତୁ ଆମେ ଭିନ୍ନକ୍ଷମ ହୋଇଥିବାରୁ ଏତେ ଦୂର ଯାଇ ଖାଦ୍ୟ ଆଣିବା ଆମ ପକ୍ଷେ ସମ୍ଭବ ନୁହେଁ lଏ ବାବଦରେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ରଙ୍କ କହିବା କଥା ସେମାନଙ୍କୁ ସରକାରଙ୍କ ତରଫରୁ ଚାରି ମାସର ଭତା ସହ ରାସନ କାର୍ଡ ପିଛା ୧ ହଜାର ଟଙ୍କା ଏବଂ ମାଗଣା ଚାଉଳ ପ୍ରଦାନ କରାଯାଇଛି lଆଗାମୀ ଦିନରେ ଡାଲି ଯଦି ଆସେ ତାହେଲେ ଆମେ ସେମାନଙ୍କୁ ପ୍ରଦାନ କରିବୁ l ତେବେ ଏହି ସମୟରେ ଭିକ୍ଷାବୃତ୍ତିକୁ ଆପଣେଇବା ସହ ଜୀବନ ବଞ୍ଚିବାର ଆଶା ଧୀରେ ଧୀରେ ମଉଳି ଯାଉଥିବା କହିଛନ୍ତି l
ରିପୋର୍ଟ: ଡାକ୍ତର ମନୋଜ ପାତ୍ର