ସଂଗରୋଧ କେନ୍ଦ୍ର ରେ ପ୍ରବାସୀ ଓଡିଆ ମାନଙ୍କୁ ଯୋଗ ଶିକ୍ଷଣ କାର୍ଯ୍ୟକ୍ରମ

0
212

 

ଗଞ୍ଜାମ,୦୪/୦୫/୨୦୨୦ (ଟୁକୁନା ପ୍ରଧାନ) – : ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର କେ. ବରିଡା ଉର୍ଣ୍ଣିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ସମସ୍ତ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ପ୍ରାତଃରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ।କଞ୍ଚଣ। ସ୍କୁଲର ଖେଳ ଶିକ୍ଷକ ମଞ୍ଜୁଲତା ଡାକୁଆ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ଚିତ୍ରସେନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ପ୍ରଧାନ ଶିକ୍ଷକ ସୁରଜିତ ବିଷୋୟୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here