କେରଳରୁ ଗଜପତି ପହଞ୍ଚିଲେ ୩୮ ଜଣ ଓଡ଼ିଆ ପ୍ରବାସି

0
193

 

ପାରଳାଖେମୁଣ୍ଡି,୦୪/୦୫/୨୦୨୦(ପ୍ରଭାତ କୁମାର ପାତ୍ର)-ଗଜପତି ଜିଲ୍ଲା ରେ ପହଁଚିଲେ ପ୍ରବାସି ଓଡ଼ିଆ। ଆଜି ସକାଳେ ସ୍ୱତନ୍ତ୍ର ଟ୍ରେନ ଯୋଗେ କେରଳର ଏର୍ଣକୂଳମରୁ ଆସି ଗଞ୍ଜାମ ଜିଲ୍ଲା ଜଗନାଥପୁର ଷ୍ଟେସନରେ ଓଲ୍ହାଇଥିଲେ । ସେଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯାଞ୍ଚ କରାଯିବ ପରେ ଦୁଇଟି ବସ ରେ ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡି ସ୍ଥିତ କୁଆରେଣ୍ଟ।ଇନ କେନ୍ଦ୍ରକୁ ଅଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪୪ଜଣ ଆସିବାକୁ ଥିବାବେଳେ ୩୮ ଜଣ ହିଁ ଆସିଛନ୍ତି । ୩୭ ଜଣ ମୋହନା ବ୍ଲକର ଥିବାବେଳେ ଜଣେ ନୂଆଗଡ ବ୍ଲକର । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି । ବାକି ୬ ଜଣଙ୍କ କିଛି ସମସ୍ୟା ଯୋଗୁଁ ଆସିନାହାନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଅଣାଯିବ ଏବଂ ପ୍ରବାସୀ ଙ୍କ ସମସ୍ତ ଅନୁସାଙ୍ଗିକ ବ୍ୟବସ୍ଥା ବାଳିକା ହଷ୍ଟେଲରେ କରାଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ଏସପି ସାରା ଶର୍ମା ।

LEAVE A REPLY

Please enter your comment!
Please enter your name here