କୁକୁଡ଼ାଖଣ୍ଡି ବ୍ଲକରେ ଦକ୍ଷିଣାଞ୍ଚଳ ଆରଡିସି ଙ୍କ ସଂଘରୋଧ କେନ୍ଦ୍ର ପରିଦର୍ଶନ l

0
198

କୁକୁଡାଖଣ୍ଡି, ୦୪/୦୫/୨୦୨୦:ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଛି l ଏହି ପ୍ରବାସୀ ଓଡ଼ିଆଙ୍କ ପାଇଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ଲକରେ ସଂଘରୋଧ କେନ୍ଦ୍ର ଖୋଲାଯାଇଛି l ବର୍ତ୍ତମାନ କୁକୁଡାଖଣ୍ଡି ବ୍ଲକକୁ ୫୧୬ ଜଣ ପ୍ରବାସି ଓଡିଆ ଆସିଥିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ଗୁଜରାଟ ରାଜ୍ୟର ସୁରତରୁ ୫୦୨ ଓ ମହାରାଷ୍ଟ୍ର ରାଜ୍ୟରୁ ୧୪ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି lବର୍ତ୍ତମାନ ପ୍ରଶାସନ ପକ୍ଷରୁ ଉକ୍ତ ପ୍ରବାସୀଙ୍କୁ ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଂଘରୋଧ କେନ୍ଦ୍ରରେ ରଖାଯାଇଛି l ତେବେ ବ୍ଲକର ପକ୍ଷରୁ ଖୋଲାଯାଇଥିବା ସଙ୍ଘରୋଧ କେନ୍ଦ୍ରରେ ପ୍ରବାସି ଓଡିଆ ମାନେ କିପରି ରହୁଛନ୍ତି ତାହା ତଦାରଖ କରିବା ନିମନ୍ତେ ଦକ୍ଷିଣାଞ୍ଚଳ ଆରଡିସି ଟି.ଆଓ କୁକୁଡାଖଣ୍ଡି ବ୍ଲକର ଲୋଚାପଡା ,ଆଙ୍କୁଶପୁର,କୁକୁଡ଼ାଖଣ୍ଡି ଏବଂ ବାଲିପଡା ପଞ୍ଚାୟତରେ ଖୋଲାଯାଇଥିବା ବିଭିନ୍ନ ସଙ୍ଘରୋଧ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କ ସୁବିଧା ଅସୁବିଧା ପଚାରିବୁଝିଥିଲେ lଆରଡିସିଙ୍କ ଗସ୍ତ ସମୟରେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଉପସ୍ଥିତ ରହି ବିଭିନ୍ନ କେନ୍ଦ୍ର ବୁଲିଥିଲେ lଏହି ଅବସରରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ମାନେ ଉପସ୍ଥିତ ଥିଲେ l ତେବେ ଏହି କରୋନା ପାଇଁ ସାରା ବିଶ୍ୱ ବିଷାକ୍ତ ବଳୟରେ ଆବରୀ ରହିଥିବା ବେଳେ ଓଡିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ଗରିବ ଶ୍ରେଣୀର ପରିବାର ବର୍ଗ ଦାଦନ ଖଟିବା ସହ ଅର୍ଥ ଉପାର୍ଜନ ସକାଶେ ବାହାର ରାଜ୍ୟ ଉପରେ ନିର୍ଭର କରି ଛୋଟବଡ଼ ଶିଳ୍ପମାନଙ୍କରେ କାର୍ଯ୍ୟରତ ଥିଲେ l ତେବେ ଏହି କରୋନା ସଂକ୍ରମଣର ଭୟଙ୍କର ରୂପ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ ଲୋକଙ୍କ ସୁରକ୍ଷାକୁ ନେଇ ସରକାରଙ୍କ ତାଲାବନ୍ଦ ନିର୍ଦେଶ ଜାରୀରହିଛି l ଯାହା ଫଳରେ କିଛି ଦାଦନ ଶ୍ରମିକ ମାନେ ଖାଇବା ଅଭାବ ଦେଖାଦେଇଥିବା ବେଳେ ଅନେକ ବ୍ୟକ୍ତି ଏହି ରୋଗ ବ୍ୟାପିବା ଆଶଙ୍କା ରଖି ନିଜନିଜ ଅଞ୍ଚଳକୁ ଖାଇବା ପିଇବା ସହ ସୁସ୍ଥ ରହିବା ଦୃଷ୍ଟି ଲକ୍ଷ ରଖି ଫେରିଆସିଥିବା ଜଣାପଡିଛି l ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କ ସ୍ବାସ୍ଥ୍ୟବସ୍ଥା ଡାକ୍ତରୀଦଳଙ୍କ ଦ୍ଵାରା ଯାଞ୍ଚପ୍ରକ୍ରିୟା ଜାରି ରହିଛି lତେବେ ପ୍ରତେହ ଦିନ କୁକୁଡ଼ାଖଣ୍ଡି ବ୍ଲକ ବିଡିଓ ଗଦାଧର ପାତ୍ର,ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତି ବିଭିନ୍ନ ସଗଂରୋଧ କେନ୍ଦ୍ରରେ ପହଞ୍ଚି ପ୍ରବାସୀଙ୍କ ରହିବା ସହ ଖାଇବାରେ ଯେପରି କୌଣସି ଅସୁବିଧା ନହୁଏ ତାହା ବୁଲିବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି l


ରିପୋର୍ଟ: ଡାକ୍ତର ମନୋଜ ପାତ୍ର

LEAVE A REPLY

Please enter your comment!
Please enter your name here