ବ୍ରହ୍ମପୁର ଗସ୍ତ ରେ ଆନ୍ଧ୍ର ପ୍ରଦେଶ ବାଚସ୍ପତି

0
177

ବ୍ରହ୍ମପୁର,୧୦/୯- ବ୍ରହ୍ମପୁର ଗସ୍ତରେ ଆସି ବୁଢୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରିଛନ୍ତି ଆନ୍ଧ୍ର ପ୍ରଦେଶ ବାଚସ୍ପତି ଟି. ସିତାରାମ । ଆଜି ସକାଳ ୯.୩୦ ରେ ବ୍ରହ୍ମପୁରଠାରେ ପହଞ୍ଚିବା ପରେ ନିଜର ପରିବାର ସହ ବ୍ରହ୍ମପୁରସ୍ଥିତ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଓଡିଶା ପ୍ରତ୍ୟେକ କ୍ଷେତ୍ରରେ ଏକ ସମୃଦ୍ଧିଶୀଳ ରାଜ୍ୟ ଭାବରେ ସାରା ଦେଶରେ ପରିଚିତ ବୋଲି ଆନ୍ଧ୍ର ବାଚସ୍ପତି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ , ଓଡିଶାରେ ଜଳସଂପଦ ଭରପୁର ରହିଛି ଓ ସେଗୁଡିକର ସୁବିନିଯୋଗ କରାଯିବା ଆବଶ୍ୟକ । ମା’ ଙ୍କ ମହିମାରେ ବ୍ରହ୍ମପୁରବାସୀ ଶାନ୍ତିରେ ରହୁଛନ୍ତି । ବ୍ରହ୍ମପୁର ସହରର ବିକାଶ ବୃଦ୍ଧି ପାଇଥିବାବେଳେ ଗମନାଗମନ ବ୍ୟବସ୍ଥା ସମେତ ବିଭିନ୍ନ କ୍ଷେତ୍ରରେ ମଧ୍ଯ ବିକାଶ ଘଟିଛି ।

LEAVE A REPLY

Please enter your comment!
Please enter your name here