ଦିଗପହଣ୍ଡି,୧୧/୦୫/୨୦୨୦(ଗଦାଧର ଶୁକ୍ଳ)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ରାଧା ଦାମୋଦର ବାଳିକା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଯୋଗଶିକ୍ଷା ପ୍ରଶିକ୍ଷଣ ଦେବା ସହ ହନୁମାନ ଚାଳିଶା ପଢିବା ପାଇଁ ପୁସ୍ତକ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ବର୍ତ୍ତମାନ ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିପାରିଛି । ଲକଡାଉନ୍ ପ୍ରଭାବରେ ରାଜ୍ୟ ବାହାରେ ବହୁ ପ୍ରବାସୀ ମାନେ ଫସି ରହିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମେ ୩ ପରଠାରୁ ପ୍ରବାସୀ ମାନଙ୍କୁ ଓଡ଼ିଶା ଅଣାଯିବା ପରେ ସେମାନଙ୍କୁ ସ୍ଥାନୀୟ ବ୍ଲକ ପ୍ରଶାସନ ଉପସ୍ଥିତିରେ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଖୋଲାଯାଇଥିବା କୋଭିଡ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ଏଭଳି ସ୍ଥିତିରେ ପଦ୍ମନାଭପୁର ସଙ୍ଗରୋଧ କେନ୍ଦ୍ରରେ ୧୦୫ ପ୍ରବାସୀମାନଙ୍କୁ ସୁରକ୍ଷିତ ଭାବେ ରଖା ଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା , ଖାଇବା , ରହିବା ଓ ପାନୀୟଜଳର ବନ୍ଦୋବସ୍ତ ସୁଚାରୁରୂପେ କରାଯାଉଥିଲା। ଏହି ଅବସରରେ ପ୍ରବାସୀ ମାନେ ବିରକ୍ତ ନ ହେବା ପାଇଁ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି ଏକ ଅଭିନୟ ପ୍ରୟାସ କରିଥିବା ଜଣାପଡିଛି । ସ୍ଥାନୀୟ ନୋଡାଲ ସ୍କୁଲ୍ କ୍ରୀଡା ଶିକ୍ଷକ ଶୁକ୍ରୁ ରେଡ୍ଡୀଙ୍କ ନେତୃତ୍ବରେ ସକାଳୁ ପ୍ରତ୍ଯହ ଦିନ ଯୋଗଶିକ୍ଷା ଦିଆଯାଉଥିବା ବେଳେ ସୋମବାର ଦିନ ସରପଞ୍ଚ ଶ୍ରୀ ସୁବୁଦ୍ଧିଙ୍କ ଦ୍ଵାରା ସମସ୍ତ ଅନ୍ତେବାସୀ ଙ୍କୁ ହନୁମାନ ଚାଳିଶା ପୁସ୍ତକ ବଣ୍ଟନ କରି ପ୍ରଶଂସିତ ହୋଇଥିବା ଜଣାପଡିଛି । ସରପଞ୍ଚଙ୍କ ଏଭଳି ନିଆରା ପ୍ରୟାସକୁ ଅନ୍ତେବାସୀ ଖୁସି ପ୍ରକଟ କରିବା ସହ ସମସ୍ତ ସୁବିଧା ଯୋଗାଉଛନ୍ତି । ଏଥିସହ ଯୋଗଶିକ୍ଷା ଦ୍ଵାରା ଶରୀର ସୁସ୍ଥ ରହିବା ସହ ହନୁମାନ ଚାଳିଶା ପଢିବା ଦ୍ଵାରା ମନ ଭିତରେ ଆଧ୍ୟାତ୍ମିକ ମନୋଭାବ ଜାତ ହୋଇପାରୁଥିବା କହିଛନ୍ତି । ସମିତି ସଭ୍ୟ ସୁଶାନ୍ତ ସେଠୀ , ରାଜସ୍ବ ନିରୀକ୍ଷକ ପୁଷ୍ପାଞ୍ଜଳି ମଲିକ ଓ ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର ଉପସ୍ଥିତି ରହିଥିବା ଜଣାପଡିଛି ।