ଗଞ୍ଜାମ ଜିଲ୍ଲାରେ କୋଭିଡି-୧୯କୁ ନେଇ କରାଯାଇଥିବା ଚାରିଟି ମେଡିକାଲ ଜିଲ୍ଲାପାଳ ଅମୃତ ବିଜୟ କୁଲାଙ୍ଗେ ପରିଦର୍ଶନ କରି ଫେରିଲେ

0
164

ଭଞ୍ଜନଗର,୧୩/୦୫/୨୦୨୦:ଗଞ୍ଜାମ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି ।ଏହାକୁ ନେଇ ବର୍ତ୍ତମାନ ଦେଶ ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସାରା ରାଜ୍ୟରେ ଏବେ କରୋନା ଅ।କ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଆଜିସୁନ୍ଧା ଅ।କ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ରୁ ଉଦ୍ଧ ହେଇଥିବା ବେଳେ ବେଳେ ଜିଲ୍ଲାରେ ଚାରୋଟି କୋଭିଟ -19 ମେଡିକାଲ କାମ ଚାଲିଥିବା ବେଳେ ବୁଧବାର ଜିଲ୍ଲାପାଳ ଅମୃତ ବିଜୟ କୁଲାଙ୍ଗେ ଅଚାନକ ଗ୍ରସ୍ତକରି ଆସିକା ବାବନପୁର ଠାରେ ଥିବା ଆଚଂଳିକ କୁଷ୍ଠ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥା ର କୋଠା ବୁଲି ଦେଖିବା ପରେ ଭଂଜନଗର ଉପେନ୍ଦ୍ର ଭଞ୍ଜ ବିଦ୍ୟାଳୟ ର ଛାତ୍ର ନିବାସ ୬୦ ଶଯ୍ୟ ହେବାକୁ ଥିବା ବେଳେ ସିଟି କଲେଜ ରେ ଥିବା ଛାତ୍ରୀ ନିବାସ ରେ ୪୦ ଶଯ୍ୟ ବିଶିଷ୍ଟ ଅସ୍ଥାୟୀ କୋଭିଟ୍ ମେଡ଼ିକାଲ ବୁଲି ଦେଖିଛନ୍ତି । ଖୁବ ଶିଘ୍ର ଏଠାରେ କୋଭିଟ-19 ମେଡିକାଲ କାର୍ଯ୍ୟକାରୀ ହେବା ସହ ସମସ୍ତ ପ୍ରକାର କୋରନା ମୁକାବିଲା ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି ।ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ପଞ୍ଚ।ୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ,ଉପଖଣ୍ଡ ସୁଚନା ଅଧିକାରୀ ଫକିର ମୋହନ ମାଝି,ମେଡିକାଲ ପରିଚାଳକ ବିଚିତ୍ରା ପାଣିଗ୍ରାହୀ ,ଉପଖଣ୍ଡ ଚିକିତ୍ସାଅଧିକାରୀ ସମେତ ପ୍ରଶାସନ ଓ ମେଡିକାଲ ର ସମସ୍ତ କର୍ମଚାରୀମାନେ ଭପସ୍ଥିତ ଥିଲେ ।


ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here