ଗଜପତି,୧୩/୦୫/୨୦୨୦(ପ୍ରଭାତ କୁମାର ପାତ୍ର) ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ଗଜପତି ଜିଲ୍ଲା ପୋଲିସ କୁ ଚୋରା ବାଇକ୍ ରାକେଟ ଧରିବାରେ ବଡ଼ ସଫଳତା ମିଳିଛି। ଅଡବା ଥାନା ଅନ୍ତର୍ଗତ ଗଜପତି ଓ ରାୟଗଡ଼ା ସୀମା ଠାରେ ଗଜପତି ଜିଲ୍ଲା ଏସ୍ପି ସାରା ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ଙ୍କ ତତ୍ତ୍ଵାବଧାନରେ ଏସ୍ଆଇ ଚନ୍ଦନ କୁମାର୍ ଦାସ ଚଳିତ ମାସ ୧୨ ତାରିଖରେ ପେଟ୍ରୋଲିଂ କରିବା ସମୟରେ ଏକ ଟିଭିସ୍ ଏକ୍ସେଲ୍ ବାଇକ୍ ରେ ସଲମାନ୍ ନାୟକ ନାମକ ଜଣେ ବ୍ୟକ୍ତି ଙ୍କୁ ଅଡବା ପୋଲିସ ପଚରା ଉଚରା କରିଥିଲା ତା ପାଖରେ କୌଣସି ଗାଡ଼ିର କାଗଜ ପତ୍ର ନଥିବା ପୋଲିସ କୁ ସନ୍ଦେହ ଘେରକୁ ଆଣିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସଲମାନ୍ ନାୟକ ଙ୍କୁ ଥାନାକୁ ଆଣି ଅଧିକ ପଚରା ଉଚରା କରାଯାଇଥିଲା ସେ ପୋଲିସ ଆଗରେ ସତ କଥା ବାଖାଣିଥିଲା ବିରିକୋଟ ଗ୍ରାମର ଖ୍ରୀଷ୍ଟିଆନ ସାହି ରେ ଥିବା ନିଜ ବାସଗୃହ ବାରିପଟୁ ୯ ଗୋଟି ବାଇକ୍ ଜବତ୍ କରିବା ସହ ସେ ତ୍ରିନାଥ ରେଡ୍ଡୀ ଙ୍କ ନାମ କହିଥିଲେ ଓ ତ୍ରିନାଥ ନାୟକ ଙ୍କୁ ପୋଲିସ ଅଧିକ ପଚରା ଉଚରା କରିଥିଲା ତାଙ୍କ ପାଖରୁ ୮ ଟି ବାଇକ୍ ଜବତ୍ କରିଥିଲେ ଅଡବା ପୋଲିସ । ଏହି ଚୋରା ରାକେଟ ରେ ମୋଟ ୧୭ ଟି ଗାଡ଼ି ଜବତ୍ କରିଥିବା ମଧ୍ୟରୁ ସ୍କୁଟି ୯ ଗୋଟି, ବାଇକ ୫ ଗୋଟି ଓ ଟିଭିସ୍ ଏକ୍ସେଲ ୩ ଗୋଟି ପ୍ରାଥମିକ ତଦନ୍ତରୁ ଅଣାଯାଇଛି। ହେଲେ ଉକ୍ତ ଗାଡ଼ି ଗୁଡ଼ିକ ଓଡ଼ିଶାର ବିଭନ୍ନ ଜିଲ୍ଲାରୁ ଚୋରି କରି ବିକ୍ରି କରୁଥିବା ଜଣା ପଡିଛି ଯେପରି କି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ଭୁବନେଶ୍ବର ରୁ ଆଣିଥିବା ପୋଲିସ ସୂଚନା ଦେଇଛନ୍ତି। ହେଲେ ମୁଖ୍ୟ ଆସାମୀ ବ୍ରହ୍ମପୂର୍ ରେ ଥିବା ବେଳେ ଲକ୍ ଡାଉନ୍ ପାଇଁ ଧରିବାରେ ସମୟ ଲାଗିବ ବୋଲି ରା. ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ଦୁଇଜଣ ସଲମାନ୍ ନାୟକ ଓ ତ୍ରିନାଥ ରେଡ୍ଡୀ ଙ୍କ ନାମରେ କେଶ୍ ନମ୍ବର ୩୩/୨୦୨୦ ଅଡବା ଥାନା ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।