ଗଞ୍ଜାମ,୧୯/୦୫/୨୦୨୦ (ଟୁକୁନା ପ୍ରଧାନ ) – : ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯିବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ, କରୋନା ଭାଇରସ ର ଭୟଭୟତା ଏବଂ କିପରି ରକ୍ଷା ପାଇବା ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି । ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ନିକଟସ୍ଥ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ସଂଗରୋଧ କେନ୍ଦ୍ରରେ ଖେଳ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଯୋଗ, ପ୍ରାଣାୟାମ, କୋଭିଡ-୧୯ ର ଭୟଭୟତା ଏବଂ ତାହାର ନିରାକରଣ ଉପରେ ପ୍ରଶିକ୍ଷଣ ଦେଉଥିବା ବେଳେ ପ୍ରବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ପ୍ରଧାନଶିକ୍ଷକ କେ. ଭୀମରାଜୁ ପାତ୍ର, ସହକାରୀ ଶିକ୍ଷକ ଭରତ ବେହେରା, ପଙ୍କଜ କୁମାର ବେହେରା,ଜ୍ୟୋତି ରଞ୍ଜନ ଶତପଥୀ, ଶିକ୍ଷୟିତ୍ରୀ ଗୀତା ରାଣୀ ସାହୁ,କେ. ଭାରତୀ ପାତ୍ର , ସମେତ ଅଙ୍ଗନବାଡି କର୍ମୀ, ଆଶା ଦିଦି, ସ୍ଵେଚ୍ଛାସେବୀ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।