କୁକୁଡାଖଣ୍ଡି, ୨୧/୦୫/୨୦୨୦(ବ୍ୟୁରୋ ରିପୋର୍ଟ) କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ଗ୍ରାମ ପଞ୍ଚାୟତ ର ନଳିହାଡ଼ ଗ୍ରାମରେ ଏକ ନୂତନ ନଳକୂପ ସରକାରଙ୍କ ନିୟମକୁ ଉଲଘଂନକରି ଜଣେ ବ୍ୟକ୍ତିଙ୍କ ଜାଗାରେ ଖନନ କରାଯାଇଅଛି l ଯାହାକି ସରକାରଙ୍କ ଆଇନ ବହିର୍ଭୁତ ନଳକୂପ ଟି ଖନନ କରିବା ସମୟରେ RWSS ଜେଇ ଙ୍କୁ କିଛି ଗ୍ରାମବାସୀ ସୂଚନା କରିଥିଲେ l ସେ ନଳକୂପ ଟି ଆମର ନୁହେଁ ବୋଲି କହିଥିଲେ ନଳକୂପ ଟି ବ୍ୟକ୍ତିଗତ ଭାବରେ ଖନନ କରାଯାଉଥିବ ବୋଲି ଗ୍ରାମ ବାସୀଙ୍କୁ ଜଣାଇଥିଲେ l ପରେ ଗ୍ରାମବାସୀ ଜାଣିବାକୁ ପାହିଲେ ଯେ ନଳକୂପ ଟି ପଞ୍ଚାୟତ ମାଧ୍ୟମରେ କରାଯାଇଅଛି l ବର୍ତ୍ତମାନ ନଳକୂପଟି ଜଣେବ୍ୟକ୍ତି ଙ୍କ ଉପକୃତ ଛଡା କୋଣସି ଗ୍ରାମବାସୀ ଅବା ବାଟଈ ନଳକୂପ ର ପାଣିକୁ ଶୋଶମେଣ୍ଟେଇ ପରିବେନହିଁ l କାରଣ ନଳକୂପ ର ଚାରିପାଖେ ବାଡ଼ବନ୍ଧା ହୋଇ ରଖାଯାଇଅଛି l ଏପଟେ ଖରାର ତାତି ସହ କରୋନା ର ଉଗ୍ରରୂପ ଦେଖିବାକୁ ମେଳୁଚି ଲୋକେମାନେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଚନ୍ତି l ନଳିହାଡ଼ ଓ ପାଣ୍ଡିଆଝୋଳି ର ଲୋକେ କହିବା ଅନୁଯାଇ ଯେ ଆମ ଗ୍ରାମ ଗୁଡିକରେ ରାଜନୀତିକ ଉଦେଶ୍ୟ ରଖି କୋଣସି ଗ୍ରାମରେ ପଲ୍ଲୀସଭା କରୁନାହାନ୍ତି କି କୋଣସି MNRGAS ର କାମର ଦରଖାସ୍ତ ଦେଲେମଧ୍ୟ GRS ଦେଉନାହିଁ କି ଠିକ ଭାବେ ସରକାରୀ ସହାୟତା ଆମେ ଉପକୃତ ହେଉନଉ l ଏହାବେତିତ ଲୋକଙ୍କ ପ୍ରଶ୍ନବାଚୀ ସୃଷ୍ଟିକରୁଛି ଯେ ଜଣେ ବ୍ୟକ୍ତିଗତ ଜାଗାରେ ଯନ୍ତ୍ରୀ ମହାଦ୍ୱୟ କିପରି ନଳକୂପ ଖନନ ପାଇଁ ଅନୁମତି ଦେଇଥିଲେ l ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦରଖାସ୍ତ ମାଧ୍ୟମରେ ଲିଖିତ ଅଭିଯୋଗକରି ସରକାରୀ ନିୟମକୁ ଉଲଘଂନ କରିଥିବା ସମ୍ପୁର୍ତ୍ତ ବେକ୍ତି ବିରୋଧରେ କାଯ୍ୟନୁଷ୍ଠାନ ପାଇଁ ଜନସାଧାନଙ୍କ ଦାବି ଜଣାଇଛନ୍ତି।
Thank u sir 4 ur cooperation to injured couple. God bless u nd always inspire u 2 keep it up such type of social work.