ଜୁଆ ଆଡ୍ଡା ଉପରେ ଚଢାଉ, ୧୭ ଜୁଆଡି ଗିରଫ

0
224

 

ଗଞ୍ଜାମ,୨୨/୦୫/୨୦୨୦ (ଟୁକୁନା ପ୍ରଧାନ) – : କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ରେ ଲକ୍ ଡାଉନ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବଜାର ସାହି ଛକ ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ପୋଲସରା ଥାନା ପକ୍ଷରୁ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ୧୫ ହଜାର ୫୧୦ ଟଙ୍କା ଜବତ ହୋଇଥିବା ନେଇ ପୋଲସରା ଥାନା ପକ୍ଷରୁ ସୂଚନା ମିଳିଛି । ପୋଲିସ ର ବାରମ୍ବାର ବାରମ୍ବାର ଚଢାଉ ସତ୍ତ୍ୱେ ମଧ୍ଯ କାହା ଛତ୍ରଛାୟା ତଳେ ଏହି ଆଡ୍ଡା ଚାଲିଛି ବୋଲି ସାଧାରଣରେ ଆଲୋଚନା ଚାଲିଛି । ଗିରଫ ହୋଇଥିବା ଏହି ଜୁଆଡିଙ୍କ ମଧ୍ୟ ରେ ବହୁ ନାମଦାମୀ ବ୍ୟକ୍ତି ଥିବା ସୂଚନା ମିଳିଛି । ଏଥିରେ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଙ୍କ ସମ୍ପୃକ୍ତି ଥିବା ନେଇ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here