ଗଞ୍ଜାମ ଜିଲ୍ଲା ରେ ଅଣ୍ଡା ରାଜନୀତି,ଜୁନ ପହିଲାରୁ କାର୍ଯ୍ୟ ବନ୍ଦ ପାଇଁ ଅଙ୍ଗନବାଡି ଙ୍କ ସଜବାଜ

0
201

ଶେରଗଡ, ୨୩/୦୫/୨୦୨୦:
ଗଞ୍ଜାମ ଜିଲା ସମାଜ ମଂଗଳ ଅଧିକାରୀ ଜିଲା ତିନୋଟି ଏସ୍ ହେଚ ଜି ମାନଙ୍କ ଠାରୁ ଅଣ୍ଡା କିଣି ଅଙ୍ଗନବାଡି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ଆଦେଶ ଦେଇଥିବା ରୁ ଅଙ୍ଗନବାଡିକର୍ମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଦ୍ରୋହର ସ୍ୱର ଉତ୍ତୋଳନ କରିଛନ୍ତି ।ଏହି ଆଦେଶ କୁ ତରନ୍ତ ପ୍ରତ୍ଯାହାର ନକଲେ ଆସନ୍ତା ଜୁନ ପହିଲା ରୁ ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡି କର୍ମୀମାନେ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିବାକୁ ଆଜି ଶେରଗଡ ତହସିଲଦାର,ବିଡିଓ ଏବଂ ସିଡିପିଓ ଙ୍କୁ ବ୍ଳକ ସଭାନେତ୍ରୀ ରଂଜିତା ରଥ ଓ ସଂପାଦିକା ଭାରତୀ କୁମାରୀ ଆଚାରୀ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ।ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ, ଡି ଏସ ଡବ୍ଲୁ ଓ ଏବଂ ଭଞନଗର ଉପଜିଲାପାଳ ଙ୍କୁ ମଧ୍ଯ ଅନୁରୂପ ଦାବି ପତ୍ର ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କରସ ଏସୋସିଏସନ ରାଜ୍ୟ ସଂପାଦିକା ଅମିତାସାହୁ,ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରଂଜିତାରଥ ଓ ସଂପାଦିକା ମଂଜୁବାଳା ପାଣିଗ୍ରାହି ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here