ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି

0
158

ଭୂବନେଶ୍ୱର,୨୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ଭାବରେ ପିଟିବା ମହଙ୍ଗା ପଡିଲା କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାକରାଣୀ ଜେନାଙ୍କୁ । ତାଙ୍କର ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଆଜି ପୋଲିସ ଡିଜି ତାଙ୍କୁ ସସପେଣ୍ଡ କରିଛନ୍ତି । ଏନେଇ ଡିଜିପିଙ୍କ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ଦିଆଯାଇଛି । ପାଟଣା ଥାନା ତାଳସରୁଆ ଗ୍ରାମର ରାଜୁ ମହନ୍ତ ନାମକ ଜଣେ ଯୁବକଙ୍କୁ ଜମିଜମା ଗଣ୍ଡଗୋଳ ମାମଲାରେ ପୁଲିସ ଥାନାକୁ ଆଣିଥିଲା। ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ତାଙ୍କୁ ଥାନା ଭିତରେ ନିସ୍ତୁକ ପିଟିବା ସହ ଗୋଇଠା ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଘଟଣା କୁ ନେଇ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଥିଲେ। ଏହି ଘଟଣା ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଡ଼ିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର ଆୟୋଗ । ଏହାଛଡା  ମାଡ ମାରିଥିବା ମହିଳା ପୁଲିସ ଅଧିକାରୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ପୀଡ଼ିତ ଯୁବକଙ୍କୁ ମଧ୍ୟବର୍ତୀ କାଳୀନ ସହାୟତା ଦେବାକୁ କମିଶନ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ରାଜ୍ୟ ମାନବାଧିକାର କମିଶନ ଘଟଣାକୁ ଗୁରୁତର ସହ ନେଇ କେନ୍ଦୁଝର ଏସ୍‌ପି ଓ ପାଟଣା ଆଇଆଇସି ଙ୍କୁ ଜବାବ ତଲବ କରିଥିଲେ । ତେବେ ଆଜି ପୋଲିସ ଡିଜି ଘଟଣା କୁ ଗୁରୁତର ସହ ନେଇ ପାଟଣା ଥାନା ଅଧିକାରିଣୀ ସଂନ୍ଧ୍ୟାରାଣୀ ଜେନା ଙ୍କୁ ଚାକିରୀ ରୁ ନିଲମ୍ବିତ କରିଥିବା ଟ୍ୟୁଇଟ୍ କରି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here