ଉପଖଣ୍ଡ ସ୍ତରୀୟ ସଡ଼କ ନିରପତ୍ତା ବୌଠକ

0
219

ବ୍ରହ୍ମପୁର, ୧୨/୯- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଙ୍କ ଅଧକ୍ଷତାରେ ଉପଖଣ୍ଡ ସ୍ତରୀୟ ରାସ୍ତା ଘାଟ ନିରପତ୍ତା ବୌଠକ ଅନୁଷ୍ଠିତ ହୋଇଥିଲା। ଏହି ବୌଠକ ରେ ମହାନଗର ନିଗମ ସମେତ ଉପଖଣ୍ଡ ସମସ୍ତ ବ୍ଳକ ର ରାସ୍ତା ଘାଟ ମରାମତି କରିବା, ସୁରକ୍ଷିତ ଯାତ୍ରା ପାଇଁ ହେଲମେଟ ବ୍ୟବହାର କରିବା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ନକରିବା, ସିଟ୍ ବେଲ୍ଟ ପିନ୍ଧିବା, ନିଶା ସେବନ କରି ଗାଡି ନ ଚଳାଇବା, ଟ୍ରାଫିକ ନିୟମ ପାଳନ କରିବା ଏବଂ ଗାଡି ର ସମସ୍ତ କାଗଜପତ୍ର ସମେତ ଡ୍ରାଇଭିଂ ଲାଇସେନ୍ସ ପାଖ ରେ ରଖିବା ଇତ୍ୟାଦି ଆଲୋଚନା ହୋଇଥିଲା। ଏହି ବୌଠକ ରେ ଅତିରିକ୍ତ ଆରଟିଓ, ଏସଡିପିଓ, ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଓ ସ୍କୁଲ, କଲେଜ ର ପ୍ରଧାନ ଶିକ୍ଷକ, ଅଧକ୍ଷ ପ୍ରମୂଖ ଯୋଗ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here