ବ୍ରହ୍ମପୁର, ୦୩/୦୬/୨୦୨୦(ବ୍ୟୁରୋ )
କୋଭିଡ୍- ୧୯ ସ୍ପର୍ଶକାତର ପୂର୍ଣ୍ଣ ସଙ୍କଟମୟ ସ୍ଥିତିରେ ସରକାରୀ ପ୍ରାବଧାନ ନେଇ ପ୍ରଶାସନ ସଜାଗ ଥିବା ଲକ୍ଷ କରାଯାଇଛି ।ଦିଗପହଣ୍ଡି ବ୍ଲକ ର ଚୌଧୁରୀ ଟିକରପଡା ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରର ବହୁ ପ୍ରବାସୀ ଫେରନ୍ତା ସ୍ଥାନୀୟ ଅନ୍ତେବାସୀ ହୋଇଥିବା କାରଣରୁ ଧାର୍ଯ୍ୟ ସଙ୍ଗୋରୋଧ୍ ନିୟମକୁ ଫୁ କରି କେନ୍ଦ୍ରରୁ ଅବାଧ୍ୟ ଚଂପଟ ମାରୁଥିଲେ।କିଛି ଅନ୍ତେବାସୀ ଦିନ ତମାମ ଶଙ୍ଗରୋଧା କେନ୍ଦ୍ରରେ ରହି ରତ୍ରିବେଲେ ନିଜ ଘରକୁ ଚାଲିଯାଇଥିବା ଖବର ପ୍ରମାଣିତ ହେବାପରେ ସ୍ଥାନୀୟ ମହିଳା ସରପଞ୍ଚ ଜିଲ୍ଲା ପ୍ରଶାସନକୁ ଅବଗତ କରି ଗ୍ରାମକୁ ସାତଦିନ ପାଇଁ ଆବଦ୍ଧ ଅଞ୍ଚଳ ଘୋଷଣା କରିଥିଲେ ।ପରନ୍ତୁ ସରକାରଙ୍କ ଦ୍ଵାରା ଚଳିତ ମାସରୁ ପଞ୍ଚମ ଦଫା ଲକ୍ ଡାଉନ୍ ଅବଧି ଜୁନ ୩୦ ପର୍ଯ୍ୟନ୍ତ ବଢିଅଛି ।କିଛି ସାମୁହିକ ସୁବିଧାକୁ ଦୃଷ୍ଟିଦେଇ । ଯାନ ବାହାନ ଯାତାୟାତ କୁ କୋହଳ କରାଯାଇଥିବା ହେତୁ ସମ୍ପ୍ରତି ଏହି ଗ୍ରାମର ଆବଦ୍ଧ ଅଞ୍ଚଳ କ୍ରିୟାଶୀଳତା ନେଇ ପ୍ରଶାସନ ଅଡୁଆରେ ପଡ଼ିଅଛି ।ବ୍ଲକ ର ଦେଓ ଖାଲି ଠାରୁ ଭ୍ରମରପୁର ପଞ୍ଚାୟତ ପାଇଁ ଗୋଟିଏ ସଡ଼କ ପଥ ଥିବା ଏବଂ ଏହି ସଡ଼କ ସବୁ ପଞ୍ଚାୟତର ସଦର ମହକୁମା ଗ୍ରାମ ବସତି ଭିତର ଦେଇ ଯିବା ସହିତ ଟିକରପଡା ଆସୁଥିବା କାରଣରୁ ଅନ୍ୟ ପଞ୍ଚାୟତ ବାସୀ ଶଙ୍କା ରେ ଥିବା ଅନୁଭବ କରି ପ୍ରଶାସନକୁ ଅବଗତ କରିଛନ୍ତି ।
ଏହି ସ୍ଥିତିକୁ ଅନୁଧ୍ୟାନ ନିମିତ୍ତ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିଁନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଆଜି ଅଞ୍ଚଳ ଗସ୍ତ ଅବସରରେ ଗୌଡ ଗାଁ ରେ ପହଞ୍ଚି ସ୍ଥିତି ପରଖିବା ସମୟରେ ସରପଞ୍ଚ ଶ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ବିଚାର ବିମର୍ଷ କରିଥିଲେ ।ବିଡ଼ିଓ ଶ୍ରୀ ହଳଧର ଶବର,ତହସିଲଦାର ଶ୍ରୀ ଅଦ୍ଵୈତ କୁମାର ସ୍ବାଇଁ,ନୂଆଗାଁ ଥାନା ଅଧିକାରୀଙ୍କ ସହ ପାରିପାର୍ଶିକ ସ୍ଥିତି ଆକଳନ କରି ଟିକରପଡା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ପାଇଁ ଗୌଡ ଗାଁ ଠାରୁ ଯାତାୟାତ ରାସ୍ତା କୁ ସରପଞ୍ଚଙ୍କ ସହାୟତାରେ ସଂପୂଣ୍ଣ ସିଲ୍ କରିଥିଲେ ଅନ୍ୟାଦେଶ
ପର୍ଯ୍ୟନ୍ତ ଏହି ନିୟମକୁ ବାଧ୍ୟତାମୂଳକ
କରାଇବାକୁ ସରପଞ୍ଚ ଙ୍କୁ ଅବଗତ କରିଥିଲେ ।
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ।