କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ

0
200

ହିଞିଳିକାଟୁ ୧୪/୯: (ନିପ୍ର) ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଓ ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ସ୍ତରୀୟ ଓ ବ୍ଳକ ସ୍ତରୀୟ ପରେ ଜିଲ୍ଲା ସ୍ଥରୀୟକୁ ମନୋନିତ କରାଯିବ ।ଏହି ପରିପ୍ରେକ୍ଷୀରେ ସମସ୍ତ ଶିକ୍ଷା ଅଭିଯାନ ଛତ୍ରପୁର ତରଫରୁ ହିଞିଳିକାଟୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡାଙ୍କ ପୌରହିତରେ ଶନିବାର କ୍ଳଷ୍ଟର ସ୍ଥରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କ୍ଳଷ୍ଟର ସମସ୍ତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଷୟ ୱାରୀ ,ଶ୍ରେଣୀ ୱାରୀ ତଥା ପ୍ରସଙ୍ଗ ଭିତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ ।ହିଞିଳିକାଟୁ ବ୍ଳକର ୧୦ଟି କ୍ଳଷ୍ଟରରେ ଏହି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନରେ ସି ଆର ସି ସି ମାନେ ଦାଇତ୍ୱ ନେଇଥିବା ଜଣାଯାଇଛି।ସେମାନଙ୍କ ମଧ୍ୟରୁ ବୁରୁପଡା ରେ ପ୍ରମୋଦ କୁମାର ସାହୁ,ମୁନିସିପାଲଟିରେ ସନ୍ତୋଷ ଗୌଡ଼,ପୋଚିଲିମା ଅରୁଣ ଦାସ,ଦୁର୍ବନ୍ଧ ଗୋୖରୀ ମିଶ୍ର, ଭାବନ୍ଧ ସୁର୍ଯ୍ୟ ସାହୁ,ଗଣ୍ଡଳା ସୁଶାନ୍ତ ପାଢ଼ୀ,ଶିକିରି ରଘୁନାଥ ସାହୁ,ମକରଝୋଳ କୈଳାସ ସାହୁ ନନ୍ଦିକ ଯାଦବ ସାହୁ,କଞ୍ଚୁରୁ ଅମରେଶ ସାହୁ, ଅଂଶ ଗ୍ରହଣ କରିଥିଲେ । ବିଇଓ ବସନ୍ତ କୁମାର ପଣ୍ଡା ବୁରୁପଡା, ମୁନିସିପାଲଟି, ଶିକିରି କ୍ଳଷ୍ଟର ,ଏବିଇଓ ବିଶ୍ୱନାଥ ମହାରଣା କଞ୍ଚୁରୁ ମକରଝୋଳ,ପୋଚିଲିମା କ୍ଳଷ୍ଟର, ଏବିଇଓ ନିମେଇଁ ମହାପାତ୍ର ସମଗ୍ର ପରିଦର୍ଶନ କରିଥିଲେ ।ଏପରି ଶିକ୍ଷଣ ପ୍ରଦର୍ଶନୀର ଆୟୋଜନ କରିବା ଦ୍ୱାରା ଶିକ୍ଷକ ସମାଜରେ ଶିକ୍ଷାଦାନ କାର୍ଯ୍ୟ ସୁଦୃଢ଼ ହେବା ସହ ପିଲାମାନଙ୍କ ଉତ୍ସାହ ବଢିବ ବୋଲି ଜଣାଯାଇଛି ।


ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here