ଅସବର୍ଣ୍ଣଙ୍କ ଦଖଲ ଚାଷ ଜମିରେ ଗାଁ କମିଟି ନାଁ ରେ ଜବରଦସ୍ତ ବିହନ ବୁଣିଲେ ଢ଼ିମୀରାପଲି ସବର୍ଣ୍ଣ ଗୋଷ୍ଠୀ ।ତହସିଲ ଓ ଥାନାରେ ଅଭିଯୋଗ ।

0
337

ବ୍ରହ୍ମପୁର, ୨୮/୦୬/୨୦୨୦:
ସାନଖେମୁଣ୍ଡି ତହସିଲ ପୁଡ଼ାମାରି ରାଜସ୍ବ ସର୍କଲ ଅନ୍ତର୍ଗତ ରେ ଥିବା ସରକାରୀ ଜମି ଓ ପୂର୍ବପୁରୁଷ ଅନୁକ୍ରମରେ ଅନୁସୂଚିତ ଜାତି ଓ ଉପଜାତି ଙ୍କ ଦଖଲରେ ଥିବା ଚାଷଜମିକୁ ସମ୍ପ୍ରତି ଜମିମାଫିଆ ଓ ଗାଁ ଟାଉଟର ଗୋଷ୍ଠୀଙ୍କ ଦ୍ଵାରା ଜବରଦସ୍ତ ହଡ଼ପ କରାଯାଉଥିବା ଦେଖିବାକୁ ମିଳିଅଛି ।ଆଦିବାସୀ ଓ ହରିଜନ ବହୁଳ ଟି ଗୋବିନ୍ଦପୁର ପଞ୍ଚାୟତରେ ଏହି ଘଟଣା ସମ୍ପ୍ରତି ଜଟିଳ ସ୍ଥିତିରେ ଥିବାବେଳେ ନିରୀହ ଗୋଷ୍ଠୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ କାରଣରୁ ଏଥିନେଇ ଆସନ୍ତା ଦିନରେ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟିହେବା ନେଇ ସୂଚନା ଦେଉଅଛି ।ଅଞ୍ଚଳ ତଥ୍ୟ ଅନୁସାରେ ଏହି ପଞ୍ଚାୟତରେ ଥିବା ଦଶେଇପୁର , ଢ଼ିମିରାପଲ୍ଲି ,ଜନକାପଲ୍ଲି,ରଥପୁର ,ମର୍ଥପୁର ଆଦି ଗ୍ରାମର ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକଙ୍କ ଦ୍ୱାରା ପୁରୁଷାନୁକ୍ରମେ ଦଖଲରେ ଥିବା ଜଙ୍ଗଲଜମୀ କିସମ ଚାଷ ଜମିକୁ ମୁଷ୍ଟିମେୟ ମାଫିଆ ,ବାହାର ଜବରଦଖଲକାରୀ ଓ ଗାଁ କୋଠ ଆଳରେ ଜବରଦସ୍ତ ଅନୁପ୍ରବେଶ କରିବା ସହିତ ଅସବର୍ଣ୍ଣ ଗୋଷ୍ଠୀଙ୍କୁ ବେଦଖଲ କରିଥିବାର ବହୁ ନଜିର ରହିଅଛି । ସାନଖେମୁଣ୍ଡି ତହସିଲ ଓ ପାଟପୁର ଥାନାରେ ଏ ସମାନ୍ଧିୟ ବହୁ ଅଭିଯୋଗ ପ୍ରକାରେ ବହୁ ବେ ଦଖଲ କାରିଙ୍କୁ ଜମିରୁ ହଟାଇଥିବା ବେଳେ ସମ୍ପ୍ରତି ଢ଼ିମିରା ପଲ୍ଲୀ ମୌଜାରେ ଥିବା ହରିଜନ ସମ୍ପ୍ରଦାୟ ବ୍ୟକ୍ତି ବିଶେଷଙ୍କ ପେଟ ପୋଷିବା ରେ ଥିବା ଜଙ୍ଗଲ ଜମି କିସମ ଚାଷଜମିକୁ ଗ୍ରାମସଭା କରି କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଜୋର୍ ଜବରଦସ୍ତ ବେଦଖଳ କରିଥିବା ଜଣାଯାଇଛି ।ଏପରିକି ସେମାନେ ହଲ ଲଙ୍ଗଳ କରି ଦୁଇ ତିନି ଓଡ଼ ଚାଷକରି ବିହନ ବୁଣିବା ସମୟରେ ଗ୍ରାମର ମୁରଲୀ ବିଷୋୟୀ,ବିନାୟକ ଗୌଡ ଓ ବୃନ୍ଦାବନ ଦଳେଇ ଆଦି ଗାଁ ଭଦ୍ରଲୋକଙ୍କ ସହିତ ଚାଷ ଜମିରେ ବିହନ ମଧ୍ୟ ବୁଣିଥିବା ଅଭିଯୋଗ କରିଛନ୍ତି ।
ଏଥି ସମ୍ବନ୍ଧରେ ସାନଖେମୁଣ୍ଡି ତହସିଲଦାର ଓ ପାଟପୁର ଥାନାରେ ଜମିହରା ନିସହାୟ ବର୍ଗର ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କରୋନା ସଂକ୍ରମଣ ବିରୋଧି କାର୍ଯ୍ୟକ୍ରମରେ ପ୍ରଶାସନ ବ୍ୟସ୍ଥ ରହିବା କାରଣରୁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଜବରଦଖଲକାରୀ ସମୂହ ଗ୍ରାମବାସୀ ଗାଁ ମେଳି କୁ ରାଜମେଳି ସରି ନହେବା ଉକ୍ତିକୁ ନେଇ ଅସବର୍ଣ୍ଣଙ୍କ ସାମ୍ବିଧାନିକ ଅଧିକାରକୁ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଉଠାଇଛନ୍ତି ।ଏବଂ ଅସବର୍ଣ୍ଣଙ୍କ ଜଙ୍ଗଲ ଜମି ଅଧିକାର ଅଧୀନ ସରକାରୀ ପ୍ରଦତ୍ତ ଚାଷୀ ସନା ନାୟକ ,ରଙ୍କ ନାୟକ ,କନ୍ଧ ଆୟକ୍ ଆଦିଙ୍କ ପିତୃ ପିତା ଅମଳର ଚାଷଜମିକୁ ସମ୍ପ୍ରତି ଗ୍ରାମସଭାର ପ୍ରଜା କୋର୍ଟ ରାୟରେ ବେ ଦଖଲ କରିଛନ୍ତି ।
ଅନ୍ୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ କିଛି ଅସାଧୁ ଭକ୍ତଙ୍କ ଦ୍ବାରା ଗ୍ରାମରେ ଅବସ୍ଥାପିତ କରାଯାଇଥିବା ବାବା ଅନନ୍ତ ଶରଣ ମନ୍ଦିର ପରିଚାଳନା ପାଇଁ ଆବଶ୍ୟକୀୟ ପାଣ୍ଠି ସଂଗ୍ରହ ପାଇଁ ଅସବର୍ଣ୍ଣଙ୍କ ଜମିକୁ କୋଠ ସଭା ଦ୍ଵାରା ଅଧିଗ୍ରହଣ କରି ସାଧାରଣରେ ଗୁତା ଦେବା ବ୍ୟବସ୍ଥାରେ ଏପରି କରୁଥିବା ଜଣାଯାଇଛି ।ପରନ୍ତୁ ନିରୀହ ଅସବର୍ଣ୍ଣଙ୍କ ଦଖଲରେ ଥିବା ଜୀବିକାର ମାଧ୍ୟମକୁ ଗ୍ରାମବାସୀଙ୍କ କୋପଦୃଷ୍ଟି ରୁ ମୁକୁଲାଇବାକୁ ସାଧାରଣରେ ଆଲୋଚନା ହେଉଅଛି ।
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here