ବ୍ରହ୍ମପୁର, ୦୬/୦୭/୨୦୨୦ :
ବ୍ରହ୍ଣପୁର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଅଧିନସ୍ଥ ହିଞ୍ଜିଳି ଓ ବ୍ରହ୍ମପୁର ଉପ ବିଭାଜନ ଅନ୍ତର୍ଗତ ଗୌତମୀ, କୁକୁଡାଖଣ୍ଡି, ବ୍ରହ୍ମପୁର ଓ ଗୋଳନ୍ଥରା କନିଷ୍ଟ ଯନ୍ତ୍ରୀଙ୍କ ଅଧୀନରେ ଥିବା ଋଷୁକୁଲ୍ୟ ମୁଖ୍ୟ କେନାଲ ଓ ୧୦ ନମ୍ବର କେନାଲର ବାର୍ଷିକ ରକ୍ଷଣାବେକ୍ଷଣ ତଥା ଆନୁସାଙ୍ଗିକ ପରିଚାଳନା ପାଇଁ ସରକାରଙ୍କ କୋଟିକୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଅମନଯୋଗି ଦୂର୍ଣିତିଖୋର ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟାଦେଶ ରଖି ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ କରୁଥିବା ଜଣାଯାଇଛି । ଏଥି ସମ୍ବନ୍ଧରେ କିଛି ପାଣିପଞ୍ଚାୟତ ସଭାପତିଙ୍କ ସହ ବହୁ ଚାଷୀ ନେତା ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବୀ ରଖିଛନ୍ତି ।ମିଳିଥିବା ସୂଚନା ମୁତାବକପ୍ରାୟ ତିନି ଚାରି ବର୍ଷ ପୂର୍ବରୁ ମରାମତି ପାଇଁ ଅଭିଯୋଗ ପ୍ରକାରେ ବିଭାଗ ତରଫରୁ ଅନୁଦାନ ବ୍ୟୟ ମଞ୍ଜୁରୀ ହୋଇଥିଲା ।ଚାଷୀ ସମୂହ ଏବଂ ପାଣି ପଞ୍ଚାୟତ କର୍ମକର୍ତାଙ୍କ ଦାବି ମୁତାବକ ମୁଖ୍ୟ କେନାଲର ଶାଖା ଗୁଡିକ ମରାମତି ନେଇ ମତ ପ୍ରକାଶ ହେବାଦ୍ୱାରା ଶାଖା କେନାଲ ଗୁଡିକର ତଳସ୍ତର ପର୍ଯ୍ୟନ୍ତ ଚାଷୀଙ୍କ ଜମିକୁ ଜଳସେଚିତ କରାଯିବାର ଦାବି ପ୍ରକାରେ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ପରନ୍ତୁ ବିଭାଗୀୟ କାର୍ଯ୍ୟ ଅନୁମୋଦନ ପରେ ରାଜନୈତିକ ଅଭିସନ୍ଧି ରଖି ଠିକାଦାର ପୋଷଣ ନୀତିକୁ ଆପଣାଇ ଦୁଇ ବିଭାଜନ ଅନ୍ତର୍ଗତ ସେକ୍ସନ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ କରାଇ କୋଟି କୋଟି ଟଙ୍କାର ଘୋଟଲା କରାଇଥିବା ଅଭିଯୋଗ ହେଉଅଛି । ମହାମାରୀ କରୋନା ସଂକ୍ରମଣ ର ଭୟାଭୟତାର ସୁଯୋଗ ନେଇ ଋଷୁକୁଲ୍ୟ ମୁଖ୍ୟ କେନାଲରେ ବିଭାଗୀୟ ଯନ୍ତ୍ରୀଙ୍କ ତତ୍ୱାବଧାନରେ ମେସିନ ଲଗାଇ ମୁଖ୍ୟ କେନାଲର ଦୁଇ ପାର୍ଶ୍ଵ ଆଡ଼ିବନ୍ଧ କାମ କଲା ଭଳିଆ ଦେଖାଉ ଥିବାବେଳେ କେନାଲର ପ୍ରବାହିତ ଜଳସ୍ରୋତ କୁ ଶେଷଭାଗରେ ଥିବା ଚାଷଜମିରେ ପହଞ୍ଚାଇବାରେ ଉଦ୍ୟମ କରାଯାଇନାହିଁ ।କେନାଲରେ ବହୁଦିନ ଧରି ଜମିଥିବା ମାଟି ଯୋଗୁଁ ଢିପ ହୋଇ ହୋଇରହିଥିବା ସ୍ତର ସମତୁଲ ନ ହେବା ଦ୍ବାରା ଋଷୁକୁଲ୍ୟ ମୁଖ୍ୟ କେନାଲର ଶାଖା ଗୁଡିକରୁ ରୋହିଗାଁ ଓ ସାତ ପହଣ୍ଡିଆ କେନାଲର ପାଣି ତଳ ସ୍ତର ଯିବା ପାଇଁ ବହୁତ ଅସୁବିଧା ହେଉଥିବା ଲକ୍ଷ କରାଯାଇଛି ।ଏଥିନେଇ ଚାଷୀମାନେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଥିବା ଜଣା ଯାଇନାହିଁ ।ପରନ୍ତୁ ଅବିକା ମୁଖ୍ୟ କେନାଲ ଦୁଇ ପାର୍ଶ୍ଵର ହିଡ଼ କାମକରି କେନାଲର ଲକ୍ଷ ଲକ୍ଷ ଟଙ୍କା ର ବିଲ କରୁଥିବା ନେଇ ଚାଷୀ ମନରେ ସଂଶୟ ଦେଖାଦେଇଛି l କେନାଲ ର ତଳସ୍ତର ଢିପହେବା କାରଣରୁ ମୁଖ୍ୟ କେନାଲର ଆଉଟଲେଟ ଗୁଡିକରୁ ଶାଖା କେନାଲରେ ପାଣି ନିଷ୍କାସନର ଅସୁବିଧା ହେଉଥିବା ଯୋଗୁଁ ଚାଷୀମାନେ ଜମିରେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି I ଚାଷକାମ ପୂର୍ବରୁ ଶାଖା କେନାଲ ଗୁଡ଼ିକ ପରିଦର୍ଶନ କରି ବିହୀତ ପଦକ୍ଷେପ ସହ କେନାଲ ତଳସ୍ତରର ସମତୁଲ କରାଯିବ ନେଇ ଦାବି ଜୋର୍ ଧରିଛି । ନିର୍ବାହୀ ଯନ୍ତ୍ରୀ ମାହୋଦୟଙ୍କୁ ଘଟଣାର ଅନୁଧ୍ୟାନ ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ଓ ପାଣିପଞ୍ଚାୟତ କର୍ମକର୍ତ୍ତା ସମୂହ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଏଥିରେ ବ୍ୟତିକ୍ରମ ହେଲେ ଚାଷୀ କୁଳ ଆଗାମୀ ଦିନରେ ରାଜରାସ୍ତାରେ ଗଣତାନ୍ତ୍ରିକ ପନ୍ଥା ଆପଣାଇବା ଚେତାବନୀ ଦେଇଚନ୍ତି I
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ।