ଗଞ୍ଜାମ,୦୬/୦୭/୨୦୨୦(ଟୁକୁନା ପ୍ରଧାନ) – : ଛାତ ଉପରେ ଖେଳୁଥିବା ସମୟରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ବର୍ଷର ଶିଶୁ କନ୍ୟା ମୃତ।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବାଲିପାଟପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା।ଦୀର୍ଘ ଦିନ ହେଲା ଘରର ଛାତ ଉପରେ ବିଦ୍ୟୁତ ତାର ଝୁଲାନ୍ତ ଅବସ୍ଥାରେ ଥିଲା।ଏନେଇ ପରିବାର ଲୋକେ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ ଅବଗତ କରାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅପାରଗତା ହେତୁ ଆଜି ନୀରିହ ଶିଶୁ କନ୍ୟାର ଜୀବନ ଚାଲିଯାଇଛି।ଶିଶୁଟି ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ ତଳକୁ ପଡ଼ି ଯାଇଥିଲା।ପରିବାର ଲୋକ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ।କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି।ଏନେଇ ଗାଁ ରେ ଏକ ପ୍ରକାର ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି ।