ବେଲଗୁଣ୍ଠା,୧୧/୦୭/୨୦୨୦:-ଗଞ୍ଜାମ ଜିଲ୍ଲା କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ଗୁରତର ରୁପ ନେଇଥିବା ବେଳେ ପ୍ରଶାସନ ର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।ବହୁ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ କରୋନା ଯୋଦ୍ଧା ମାନେ ଆକ୍ରାନ୍ତ ହେଉଛନ୍ତି ।କରୋନା ର ଏହି ବର୍ଦ୍ଧିତ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି ।ଗଞ୍ଜାମ ଜିଲ୍ଲାରେ କରୋନା ଚିହ୍ନଟ ପାଇଁ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି ।ଆଜି ଆଣ୍ଟିଜେନ୍ ପରୀକ୍ଷା ର ବେଲଗୁଣ୍ଠା ଜଣେ ଆଗ ଧାଡିର କରୋନା ଯୋଦ୍ଧା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହୋଇଥିବା ଖବର ମିଳିଛି ।ସେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।ତାଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତି ବିଶେଷ ତଥା ବହୁ ରୋଗୀ ଆସିଥିବା ରୁ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି ।
ରିପୋର୍ଟ: ଶିବରାମ ଚୌଧୁରୀ