କରୋନା ବିପତ୍ତି ସମୟରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞ କରିବା ମହଙ୍ଗା ପଡ଼ିଲା , ଥାନାରେ ମାମଲା ।

0
207

 

ଗଞ୍ଜାମ,୧୧/୦୭/୨୦୨୦ ( ଟୁକୁନା ପ୍ରଧାନ) – : କରୋନା ମହାବିପତ୍ତି ସମୟରେ ସରକାରୀ ନିୟମକୁ ଖୋଲା ଖୋଲି ଭାବେ ଉଲଘଂନ କରି ଗ୍ରାମରେ ଯଜ୍ଞ କରିବା ଏବେ ମହଙ୍ଗା ପଡ଼ିଲା ନାଏବ ସରପଞ୍ଚଙ୍କୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ଜେ .ଡେଙ୍ଗା ପଦର ପଞ୍ଚାୟତ ମର୍ଦ୍ଧରାଜପୁର ଗ୍ରାମରେ । ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ନାମା ଜାରି କରା ଯାଇଥିଲେ ମଧ୍ୟ ସବୁ ନିୟମ କୁ କୁଠାରଘାତ କରି ଶତାଧିକ ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ କରି ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞ ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଏବଂ ଗ୍ରାମବାସୀ । ଘଣ୍ଟ ମୃଦଙ୍ଗ ସହିତ ଶହଶହ ମହିଳା ମାନେ କଳସୀ ଯାତ୍ରା କରି ସାମାଜିକ ଦୂରୂତା କୁ ଭୁଲି ଯାଇଥିବା ଭଳି ଦୃଶ୍ୟ ଦେଖିବା କୁ ମିଳିଥିଲା । ଯାହାକୁ ନେଇ ଉକ୍ତ ଗ୍ରାମର କିଛି ଯୁବକ ଏହି ଯଜ୍ଞ କୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ବେଳେ ପୋଲସରା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଗ୍ରାମର ଆକୁଳ ସ୍ଵାଇଁ ଥାନାରେ ଏତଲା ଦାଏର କରିଥିବା ନେଇ ସୂଚନା ମିଳିଛି ଏବଂ କେଶ୍ ନଂ ୧୬୯ /୨୦୨୦ ରେ ମଧ୍ଯ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ସୂତ୍ରରୁ ପ୍ରକାଶ। ଉକ୍ତ ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ଭିଡ଼ଓ ଭାଇରଲ୍ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଶୁଣି କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇ ରହିଥିବା ଅଭିଯୋଗ କରିଛନ୍ତି ମର୍ଦ୍ଧରାଜପୁର ର କିଛି ଗ୍ରାମବାସୀ ।ଯଜ୍ଞ ଚାଲିଥିବା ବେଳେ ପ୍ରଶାସନ କେମିତି ଜାଣିପାରିଲା ନାହିଁ ନା ପ୍ରଶାସନ ର ଜାଣତରେ ହୋଇଛି ଏ ନେଇ ସାଧାରଣରେ ଆଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here