ଶେରଗଡ,୧୫/୦୭/୨୦୨୦(ହୃଷୀକେଶ ମହାନ୍ତି) ଶେରଗଡ ପଂଚାୟତ ରେ କରୋନା ର ସଂକ୍ରମଣ ବୃଦ୍ଧି ପାଉଥିବା ରୁ,ଏହାକୁ ରୋକିବା ପାଇଁ ଓ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଶେରଗଡ ପଂଚାୟତ ସରପଂଚ ଜିଲ୍ଲା ପାଳ କ୍ଷମତାକୁ ପ୍ରୟୋଗ କରି ପଂଚାୟତ କୁ ପାଞ୍ଚ ଦିନ ପାଇଁ ଅର୍ଥାତ୍ ଆସନ୍ତା ୧୭ରୁ୨୧ତାରିଖ ମଧ୍ୟ ରାତ୍ରି ଯାଏ ସଟଡାଉନ କରାଯାଇଛି ବୋଲି ସରପଞ୍ଚ ଯାୱସେନୀ ପ୍ରଧାନ ସୂଚନା ଦେଇଛନ୍ତି ।ସମସ୍ତେ କରୋନା ଆଇନ କୁ ମାନି ଘର ମଧ୍ଯ ରେ ରହିବାକୁ ଅନୁରୋଧ କରିଛନ୍ତି ।କେବଳ ଅତ୍ଯାବଶ୍ଯକ କାର୍ଯ୍ୟ ପାଇଁ ନିୟମ ରେ କୋହଳ ବ୍ଯବସ୍ଥା କରାଯାଇଛି ବୋଲି ସରପଞ୍ଚ ସୂଚନା ରେ ଉଲ୍ଲେଖ କରିଛନ୍ତି ।