ବ୍ରହ୍ମପୁର, ୨୦/୦୭/୨୦୨୦:
ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ବିଭୀଷିକା ନେଇ ଗଞ୍ଜାମ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ବେଳେ ଅଂଚଳରେ ପଯିଟିଭ୍ ହାରରେ ବୃଦ୍ଧି ଘଟିଅଛି । ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଏଥିନେଇ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରି ଜନ୍ ଜୀବନ ଙ୍କ ସୁରକ୍ଷାରେ ଦିନରାତି ଏକ କରି କାମକରୁଥିବା ବେଳେ ଏହି ଦୁର୍ବଳ ସ୍ଥିତିକୁ ଆକଳନ କରି ଚୋରା ଓ ଅବୈଧ ବେପାରୀଙ୍କ କଳା କାରନାମା ଗତିଶୀଳ ଥିବା ଦେଖିବାକୁ ମିଳିଅଛି ।ଗତ ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୂର ଗ୍ରାମରୁ ରାତାରାତି ଗୋରୁ କିଣି ତିନୋଟି ପିକ ଅପ୍ ଭେନ୍ ଦ୍ଵାରା ଅବୈଧ ଭାବେ ଆନ୍ଧ୍ର ଚାଲାଣ କରୁଥିବା ବେଳେ କ ନୂଆଗାଁ ଥାନା ପକ୍ଷରୁ ଚିକିଟି ନିକଟ ପଣ୍ଡିରି – ଚିଲାଡି ରାସ୍ତାରେ ଅଟକାଇ ଜବତ କରିଛି ।
ମିଳିଥିବା ସୂଚନା ପ୍ରକାରେ ତିନି ପିକ୍ ଅପ ଗାଡିରେ ଗୋରୁ ବେପାରୀ ଦିଗପହଣ୍ଡି ଅଞ୍ଚଳରୁ ଗୋରୁ କିଣି ଅବୈଧ ଭାବେ ଆନ୍ଧ୍ର ପ୍ରଦେଶର କଞ୍ଚିଲି କୁ ଏହି ରାସ୍ତାଦେଇ ନେଉଥିବା ସୂଚନା ପାଇ ବିଳମ୍ବିତ ରାତି ସମୟ ଅଢେଇଟା ବେଳେ ଭରାପ୍ରାପ୍ତ ଥାନାଧିକାରୀ ମାଧବାନନ୍ଦ ବେହେରାଙ୍କ ନେତୃତ୍ୱରେ ପିଛା କରିଥିଲେ ।ଗୋରୁ ବୋଝେଇ ତିନିଗୋଟି ପିକ ଅପ୍ ଗାଡି କୁ ପାଣ୍ଡିରି ନିକଟରୁ ଜବତ କରି ଥାନାରେ ଅଟକ ରଖିଛନ୍ତି।ବୋଝେଇ ଗୋରୁ ଙ୍କୁ ଉଦ୍ଧାର କରି ଘଟଣାରେ ଜଡ଼ିତ ଥିବା ଆଠ ଜଣଙ୍କୁ ଅଟକ ରଖିଛନ୍ତି ।ଥାନା କେଶ୍ ନଂ – ୧୬୫ /୨୦୨୦ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ସୂତ୍ରରୁ ସୂଚିତ କରାଯାଇଛି ।
ସମ୍ପ୍ରତି ଲକ୍ ଡାଉନ୍, ସାର୍ଟ ଡାଉନ୍, ବ୍ୟବସ୍ଥାରେ ଆନ୍ଧ୍ର ବେପାରୀଙ୍କ ପାଇଁ ଏହି ରୁଟ୍ ଅବୈଧ କାରବାରର ପ୍ରମୁଖ ସଂଯୋଗ ମାଧ୍ୟମ ହୋଇଥିବାରୁ ଗଞ୍ଜାମ ଏବଂ ପଡେ଼ାଶୀ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ ,ପାର୍ବତୀପୁରମ୍ ଆଦିକୁ ଟିକସ ଫାଙ୍କି ଉପାୟରେ ଚୋରା ଚାଲାଣ ହୋଇଥାଏ ।ରାଜ୍ୟ ସୀମାନ୍ତ ଥାନା ଭାବେ ପାତ୍ରପୁର ଏବଂ କ ନୂଆଗାଁ ଥାନାର ଅବସ୍ଥିତି ଏଥିରେ ରୋକ୍ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଧ୍ୟାନ ଦେବାକୁ ଅଞ୍ଚଳ ବୁଦ୍ଧିଜୀବୀଙ୍କ ମତ ପ୍ରକାଶ କରାଯାଇଛି ।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।