ବ୍ରହ୍ମପୁର,୨୦/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ବିସିସି ବ୍ୟାଙ୍କ୍ ର ଅବସରପ୍ରାପ୍ତ କର୍ମଚାରୀ ତଥା “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ଜନୈକ ସକ୍ରିୟ ସଦସ୍ୟ ସୁନାମଧନ୍ୟ ଲୋକକଳାବିତ୍ ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ଆଜି ପୂର୍ବାହ୍ନ ସାଢେ଼ ନଅ ଘଟିକା ବେଳେ ପାରଳାଖେମୁଣ୍ଡି ଠାରେ ମାତ୍ର ୬୫ ବର୍ଷ ବୟସରେ ହୃଦଘାତ ଜନିତ ପରଲୋକ ଗମନ ଘଟିଯାଇଛି ।ଜଣେ ନିଷ୍ଠାପର କଳାର ପୂଜାରୀ ଭାବରେ ଗଜପତି ଜିଲ୍ଲାରେ ଲୋକକଳାର ପ୍ରସାର କରିବା ସହିତ କଳାକାର ମହାସଂଘ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ତାହାଙ୍କ ଅକାଳ ବିୟୋଗ ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲା ଲୋକକଳା ଜଗତର ଅପୂରଣୀୟ କ୍ଷତି ଘଟାଇଲା ବୋଲି ମହାସଂଘ ତରଫରୁ ସାମାଜିକ ଗୋଷ୍ଠୀ ସଂଯୋଗିକରଣ ମାଧ୍ୟମରେ ଆୟୋଜିତ ଶୋକସଭାରେ ମତ ପ୍ରକାଶ ପାଇଥିଲା । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ନିର୍ଦ୍ଦେଶ କ୍ରମେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ସ୍ବର୍ଗତ ମଳବିଶୋୟୀଙ୍କ ସଂକ୍ଷିପ୍ତ ପରିଚୟ ଓ କୃତିତ୍ବ ଉପରେ ସମ୍ୟକ୍ ଆଲୋକପାତ କରିଥିଲେ । ଏହି ଅବସରରେ ଗଜପତିରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ନୃସିଂହାନନ୍ଦ ପାଣିଗ୍ରାହୀ, ମନୋଜ କୁମାର ପାଢ଼ୀ, ରବୀନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ଦାଶ, କନ୍ଧମାଳ ବାଲିଗୁଡାରୁ ପ୍ରମୋଦ କୁମାର ଦଣ୍ଡସେନା, ରଞ୍ଜିତ କୁମାର ପଣ୍ଡା, ଫୁଲବାଣୀ ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ୍ଣ, ମାଲ୍ କାନ୍ ଗିରିରୁ ଅମୂଲ୍ୟ କୁମାର ମୁଣ୍ଡା, ଉମରକୋଟ ଭାରତୀ କଳା ନିକେତନ ଅଧ୍ୟକ୍ଷ ଗୋପାଳ ମହାରଣା, ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା, ରାଉରକେଲାରୁ ବିଲୋଚନ ପାତ୍ର ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ସଂଯୋଜକ ଜୟକୃଷ୍ଣ ପଟ୍ଟନାୟକ, ମହାସଂଘ ଉପଦେଷ୍ଟା ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଦିବଂଗତ ଆତ୍ମା ପ୍ରତି ନିଜ ନିଜର ବାକ୍ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚନରେ ସଂଘ ସଦସ୍ୟ ଭଗବାନ ସାମଲ, ନୀଳମାଧବ ଜେନା, ସନ୍ତୋଷ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।