ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ, ଜିଲ୍ଲା କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ, କିଛି ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

0
199

 

ପାରଳାଖେମୁଣ୍ଡି,୨୧/୦୭/୨୦୨୦:ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) କରୁଣାକର ରାଇକା ଇହଲୀଳା ସମ୍ବରଣ କରିଛନ୍ତି । ଆଜି ସକାଳ ପ୍ରାୟ ୫ଘଣ୍ଟା ସମୟରେ ବ୍ରହ୍ମପୁର ସ୍ଥିତ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ସେ ପାରଳାଖେମୁଣ୍ଡି କୋଭିଡ୍ କେୟାର୍ ସେଣ୍ଟରର ଦାୟିତ୍ବରେ ଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୈାଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ରଶ୍କୀରଂଜନ ମିଶ୍ର, ଶିଶିର ଗୌଡ, ସୁଜିତ ବିଷୋୟୀ, ସରୋଜ ବୀର, ସୀତାନାଥ ପଣ୍ଡା, ପ୍ରଭାତ କୁମାର ପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ରିପୋର୍ଟ:ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here