ବ୍ରହ୍ମପୁର, ୨୨/୦୭/୨୦୨୦( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଜିଲ୍ଲାରେ ଲକ୍ଡାଉନ୍ ଏବଂ ସଟ୍ ଡାଉନ କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି। ଏହି ସମୟରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି । ଏପରି ସ୍ଥିତିରେ ରାତିରେ ଜରୁରୀକାଳୀନ କାମ ପଡ଼ିଲେ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ। ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ। ରାତ୍ରକାଳୀନ ୨୨ଟି ଅଟୋ ଗଡ଼ିବା ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।ଏବଂ ଅଟୋ ଚାଳକ ମାନଙ୍କ ନାମ ଏବଂ ମୋବଇଲ୍ ନମ୍ବର ମଧ୍ଯ ଦିଆ ଯାଇଛି । ଫଳ ରେ ଲୋକମାନେ ସୁବିଧା ପାଇଁ ପାରିବେ ।