ବ୍ରହ୍ମପୁର,୨୨/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗଞ୍ଜାମ ବିଜେପି ଜିଲ୍ଲା ସଭାପତିଙ୍କୁ ହତ୍ୟା ଉଦ୍ୟମ କରିଥିବା ଅପରାଧି କୁ ଧରିବାରେ ପୋଲିସ ରୋ ବିଫଳତା କୁ ନେଇ ଦକ୍ଷିଣାଞ୍ଚଳ ଡି ଆଇ ଜି ଙ୍କ ପାଖରେ ଅଭିଯୋଗ କରିଛନ୍ତି। ଗତ ୧୮ ତାରିଖ ମଧ୍ୟ ରାତ୍ରିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଛାଡ଼ି ଦୌଡ଼ି ପଳାଇଥିଲେ । ଏ ଘଟଣା ରେ ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର୍ ସାଇକେଲ୍କୁ ପୁଲିସ ଜବତ କରିଥିଲା। ଆଜି ପର୍ଯ୍ୟନ୍ତ କୌଣସି ଅପରାଧି ଙ୍କୁ କରାଯାଇନଥିବା ଏବଂ ତଦନ୍ତରେ ଅଗ୍ରଗତି ହୋଇନଥିବା ଅଭିଯୋଗ କରିଛନ୍ତି। ଏଣୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି ଙ୍କ ନେତୢତ୍ୱରେ ଏକ ପ୍ରତିନିଧି ଦଳ ଦକ୍ଷିଣାଞ୍ଚଳ ଡି ଆଇ ଜି ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି l ଏହି ପ୍ରତିନିଧି ଦଳରେ ବିଜେପି ର ପ୍ରଶାନ୍ତ କର, ନୀରଞ୍ଜନ ପାଣିଗ୍ରାହୀ, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ରାଜେଶ କୁମାର ସାହୁ, ପ୍ରବୀର ପାତ୍ର, ଶରତ କୁମାର ସାହୁ, ଏନ୍.ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବ, ମଦନ ମୋହନ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏଲ୍. ମୋହନ ଦାସ, ଶିବ ପ୍ରସାଦ ପାତ୍ର, ମହନ୍ତ ଚିନ୍ମୟାନନ୍ଦ ଦାସ, ଡ.ଅମୁଲ୍ୟ ଚୌଧୁରୀ, ଶିବ ଅଧିକାରୀ, ଜଗନ୍ନାଥ ଜେନା, ସନ୍ତୋଷ କୁମାର ସାହୁ ପ୍ରମୁଖ ସାମିଲ ଥିଲେ ।